ରୋଟାରି କ୍ଲବ ରାଜଧାନୀ,ଭୁବନେଶ୍ୱର ଆନୁକୂଲ୍ୟରେ ସାହିତ୍ୟ ସନ୍ଧ୍ୟା ଓ ପତ୍ରିକା ଉନ୍ମୋଚନ ଉତ୍ସବ !

 ଢେଙ୍କାନାଳ: ସହର ସ୍ଥିତ ଗୋପବନ୍ଧୁ ଉନହଲ ପରିସରରେ ରୋଟାରି କ୍ଲବ ରାଜଧାନୀ,ଭୁବନେଶ୍ୱର ଆନୁକୂଲ୍ୟରେ ଆବାହିକା ନାରୀକବି ସସ୍ମିତା ଦାଶଙ୍କ ଆବାହକତ୍ୱରେ   ଏକ ” ସାହିତ୍ୟ ସନ୍ଧ୍ୟା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ସାହିତ୍ୟ ସଭାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ  ‘ସାହିତ୍ୟ ସାଧାରଣ ଲୋକଙ୍କ କଥା କହିଥାଏ ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ , ‘ଏତଲା ‘ ଓ  ‘ ବିଭାବନା ‘ ର ସମ୍ପାଦକ ପଣ୍ଡିତ ମନୋରଞ୍ଜନ ନନ୍ଦ ମୁଖ୍ୟବକ୍ତା ଭାବେ  ଯୋଗଦାନ କରିଥିଲେ । ସଭାପତି ଚିନ୍ମୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶିବରାମ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ଏକ ପତ୍ରିକା ‘ରାଜଧାନୀ’ ଉନ୍ମୋଚିତ ହୋଇଥିଲା।ଆବାହିକା ନାରୀକବି ସସ୍ମିତା ଦାଶ,ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର,ରୋଟାରିଆନ ଉଦୟେନ୍ଦୁ ମିଶ୍ର, ପ୍ରତିଷ୍ଠାତା ସନ୍ଦୀପ ନନ୍ଦ ପ୍ରମୁଖଙ୍କ  ସଫଳ ସହଯୋଗରେ  ‘ ସାହିତ୍ୟ ସନ୍ଧ୍ୟା ‘ କାର୍ଯ୍ୟକ୍ରମଟି ସାମଗ୍ରିକ ଭାବରେ ସାଫଲ୍ୟ ବିମଣ୍ଡିତ ହୋଇପାରିଥିଲା। ଦେବାଶିଷ ନାୟକଙ୍କ ପରିଚାଳନାରେ କବିତା ପାଠୋତ୍ସବକୁ କବି ଶୁଭଶ୍ରୀ ରାଉତ ସଂଯୋଜନା କରିଥିଲେ ।ଏଥିରେ ଆବାହିକା  ନାରୀକବି ସସ୍ମିତା ଦାଶ, ଡ଼ା.ଦେବୀ ପ୍ରସାଦ ମିଶ୍ର ,ଡ଼ଃ ଅନୁପମା ମିଶ୍ର, ପ୍ରେମାନନ୍ଦ ରାଉତ, ପ୍ରକାଶ ଚନ୍ଦ୍ର ରାଉତ , କାଦମ୍ବରୀ ମହାଖୁଡ଼, ମମତା ମିଶ୍ର ପ୍ରମୁଖ ନାରୀ ମାନଙ୍କ ସଂପର୍କରେ ଆଧାରିତ ଚାଳିଶ ଜଣ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ।

ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ,ଧୂପ,ଦୀପ ଓ ପୁଷ୍ପମାଲ୍ୟାର୍ପଣ  କରାଯାଇଥିଲା  । ପ୍ରକାଶ ଥାଉ କି ପ୍ରତ୍ୟେକ ବର୍ଷ ଏହି ରୋଟାରି କ୍ଲବ ରାଜଧାନୀର ସମସ୍ତ କର୍ମକର୍ତ୍ତା , ସଦସ୍ୟା, ସଦସ୍ୟ ବୃନ୍ଦଙ୍କ ସହଯୋଗରେ ଢେଙ୍କାନାଳ ଜିଲ୍ଲାରେ ଏହି  ‘ସାହିତ୍ୟ ସନ୍ଧ୍ୟା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁକ୍ତ କଣ୍ଠରେ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

Leave A Reply

Your email address will not be published.

5 + 13 =