ଏଟିଏମ  ଟଙ୍କା ଲୁଟ ଘଟଣାର ସମ୍ପୃକ୍ତ ୩ଜଣ ଅଭିଯୁକ୍ତ  ଗିରଫ  !

ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ  ଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଏସବିଆଇ)ର ଏଟିଏମ ରୁ ଟଙ୍କା ଲୁଟ ଘଟଣାର ୩ଜଣ ଙ୍କୁ ପୋଲିସ ଗିରଫ କରିଛି।

ଏହିଘଟଣାରେ ସମ୍ପୃକ୍ତ ଥିବା ୭ଜଣଙ୍କ ମଧ୍ୟରୁ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗ୍ରାମର ଜିତେନ୍ଦ୍ର ନାୟକ ଓରଫ ଜିତୁ (୨୪), ଭଦ୍ରକ ଜିଲା ବାସୁଦେବପୁର  ଥାନା ଅଲବଗା ଗ୍ରାମର ନୀର ପାଣି ଓରଫ ନିରଞ୍ଜନ (୩୦), ଖୋର୍ଦ୍ଧା  ଜିଲ୍ଲା ଜଟଣୀ ଥାନା ବଡ଼ତୋଟା ଗ୍ରାମର ରାକେଶ ଦାସ ଓରଫ ରାମ (୨୫)। ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୫୬ ହଜାର ଟଙ୍କା, ଏକ ଅଲଟୋ କାର,  ନମ୍ବର ବିହୀନ ବାଇକ,  ସିସିଟିଭି କ୍ୟାମେରାର ଡିଭିଆର,  ଲୁହା ଛେଣି , ୨ଟିପେନ ଡ୍ରାଇଭ  ଏବଂ ନୀଳ ରଙ୍ଗର ଏକ ବ୍ୟାଗ୍‌ ଜବତ କରାଯାଇଛି। ଫେରାର ଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଥିବା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ  ଆୟୋଜିତ ଆୟୋଜିତ  ସମ୍ମିଳନୀରେ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି।

ଲୁଟ୍‌ ସମ୍ପର୍କରେ ସୂଚନା ଦେଇ  କହିଛନ୍ତି , ଗତ ଅକେ୍ଟାବର ୨ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଉକ୍ତ ଏଟଏମି ରୁ ତାଡ଼ି ୨୨ ଲକ୍ଷ ୧୭ ହଜାର ୯୦୦ଟଙ୍କା ଲୁଟି ନେଇଥିଲେ।  ଗଁଦିଆ  ପୋଲିସ ସେମାନଙ୍କୁ ପିଛା କରିବାରୁ ଅଭିଯୁକ୍ତ ମାନେ ଆସିଥିବା ଅଲଟୋ କାର (ନଂ .ଓଡ଼ି୦୧ ଏଏଲ୍‌୯୮୩୩)କୁ କାଜୁ ଜଙ୍ଗଲରେ ଛାଡ଼ିପଳାଇଥିଲେ।  ପୋଲିସ କାର୍‌ ଜବତ କରି ଏହାର ନମ୍ବର ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଲୁଟ୍‌ରେ ପ୍ରତ୍ୟକ୍ଷ ଭାବେ ୪ ଅଭିଯୁକ୍ତ ସମ୍ପୃକ୍ତ ଥିଲେ। ଜଣେ ଏଟଏମି  ତାଡ଼ିଥିବା ବେଳେ ଅନ୍ୟ ଜଣେ ଟଙ୍କା ବାହାର କରିଥିଲେ। ଅନ୍ୟ ଦୁଇଜଣ ତାଙ୍କୁ ସହଯୋଗ କରିଥିଲେ। ଟଙ୍କା ଲୁଟିବା ପରେ ଅନ୍ୟ ୪ଜଣ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ  ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ  ଗଁଦିଆ ଥାନାଧିକାରୀ  ସତ୍ୟବ୍ରତ ଭୂତିଆଙ୍କ ସମେତ ପୋଲିସ କର୍ମଚାରୀମାନେ  ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛନ୍ତି । ଲୁଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ବୋଲିଏସ୍‌ପି କହିଛନ୍ତି । ଏଟିଏମ ରୁ ଟଙ୍କା ଲୁଟ ଘଟଣାରେ ନଂ .୨୫୦/୨୨, ଦଫା ୪୫୭ ଓ ୩୮୦ରେ ମାମଲା ରୁଜୁ କରାଯାଇଛି। 

Leave A Reply

Your email address will not be published.

20 − 20 =