ଜ୍ଞାନଚାନ୍ଦ ମିଶ୍ର ବିଜେପି ଛାଡି ବିଜେଡିରେ ଯୋଗଦାନ !

ଢେଙ୍କାନାଳ: ସାରା ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ୨ ଅକ୍ଟୋବରରୁ ୨ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ମାଧ୍ୟମରେ ସରକାରଙ୍କର ବିକାଶମୁଖୀ ବାର୍ତାକୁ ଘରେ ଘରେ ପହଁଚାଇବା ପାଇଁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପଦଯାତ୍ରା ଅନୁଷ୍ଠିତ ହେଉଛି ।

ଏହି ପଦଯାତ୍ରା ସମୟରେ ଗତ ୨୦ବର୍ଷରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଏବଂ ଓଡିଶାର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନରେ ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ବିଜୁ ଜନତା ଦଳ ନିରନ୍ତର ଉଦ୍ୟମ ଜାରି ରଖିଛି । ଏହି ମର୍ମରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇଛି ।
ଏହି ପଦଯାତ୍ରା ସମୟରେ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରକୁ ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ କ୍ରମରେ ଢେଙ୍କାନାଳ ବିଜେପି କାଉନ୍‌ସିଲର ପ୍ରାର୍ଥୀ ତଥା ବିଜେପି କମିଟି ସଦସ୍ୟ ଜ୍ଞାନଚାନ୍ଦ ମିଶ୍ର ସତାଧିକ କର୍ମୀକୁ ନେଇ ବିଜେପି ଛିଡି ବିଜେଡିରେ ବିଧିବଦ୍ଧ ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲଙ୍କ ନେତୃତ୍ୱକୁ ସମର୍ଥନ କରି ଯୋଗଦାନ କରିଛନ୍ତି ।

ଜ୍ଞାନଚାନ୍ଦ ମିଶ୍ର ବିଜେପିର ମୋଦି ସରକାରଙ୍କର ଶାସନରେ ଏକଛାତ୍ରବାଦକୁ ବିରୋଧ କରି ଏବଂ ମୋଦି ସରକାରଙ୍କର ଅହଂ ଭାବ ଓ ଢେଙ୍କାନାଳ ରାଜନୀତିରେ ପରିବାରର ପ୍ରାଧାନ୍ୟକୁ ସହ୍ୟ କରିନପାରି ଆଜି ଗଁଦିଆ ବ୍ଲକ୍ ଠାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହେଉଥିବା ପଦଯାତ୍ରା ସମୟରେ ସନ୍ଥପୁର ଗ୍ରାମ ଠାରେ ଢେଙ୍କାନାଳ ପୌରାଂଚଳ ୱାର୍ଡ ନଂ-୩ ର ଶତାଧିକ କର୍ମୀଙ୍କ ଗହଣରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମାନ୍ୟବର ବିଧାୟକ ସୁଧିର କୁମାର ସାମଲ ଜ୍ଞାନଚାନ୍ଦ ମିଶ୍ରଙ୍କୁ ଏହି ଅବସରରେ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ।

ଏହି ଯୋଗଦାନ ସମୟରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ରାଜ୍ୟ ମହିଳା ଉପସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଯୋରନ୍ଦା ସରପଂଚ ଆରତୀ ନାୟକ, ଗଁଦିଆ ଜେନା-୧ର ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ଚିନରା, ରଞ୍ଜନ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ସାଗରିକା ମିଶ୍ର, କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ, ମହିଳା ଉପସଭାପତି ଉର୍ବଶୀ ମହାପାତ୍ର, ବିଜେଡି ଜିଲ୍ଲା ସଂପାଦକ ଦେବାଶିଷ ମିଶ୍ର, ଯୁବନେତା ଶ୍ରୀକାନ୍ତ ଧଳ, ଗଁଦିଆ ବିଧାୟକଙ୍କ ପ୍ରତିନିଧି ନିରାକର ରାଉତ, କାଉନ୍‌ସିଲର ଶୁଭଲକ୍ଷ୍ମୀ ସାହୁ, ଗଁଦିଆ ଯୁବ ସଭାପତି ପ୍ରଦୀପ ରାଉତ, ଗଁଦିଆ ବିଜେଡି ସଭାପତି ବିଶ୍ୱନାଥ ଜେନା, ଯୁବନେତା ସନ୍ତୋଷ ବିଶ୍ୱାଳ, ସମାଜସେବୀ ସୁଧାକର ଲେଙ୍କା, ଶେଷଦେବ ରାଉତ, ଗଙ୍ଗାଧର ରାଉତଙ୍କ ସମେତ ଶତାଧିକ ବିଜୁଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 + 17 =