ଭୁବନ ବିଜେଡି ତରଫରୁ ବିଭିନ୍ନ ୱାର୍ଡରେ ଜନ ସଂପର୍କ ପଦଯାତ୍ରା !

ଢ଼େଙ୍କାନାଳ : ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନାକୁ ପ୍ରତି ଘରେ ଘରେ ପହଁଚାଇବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ଓ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ପରାମର୍ଶ କ୍ରମେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ୱାର୍ଡ ନଂ ୧ , ୭, ୧୪ ,୧୫ ରେ ଗତ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପାଲା ମଣ୍ଡପ ଠାରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇ ୱାର୍ଡ ନମ୍ବର ୪, ୯ , ୮ ଓ ୧୦ ର ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲା । ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ , ୯ ନମ୍ବର ୱାର୍ଡ କାଉନସିଲର ପପୁ କୁମାର ସାହୁ , ୧୦ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥିନୀ ମାମିନା ସେଠୀ, ଉପାଧ୍ୟକ୍ଷା ମାନିନୀ ସାହୁ ଙ୍କ ସମେତ ଜିଲ୍ଲା ସମ୍ପାଦକ ଅଜୟ କୁମାର ସେଠୀ , ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସଂପାଦକ ବିଶ୍ୱଜିତ ବାରିକ , କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ବିନୋଦ ବେହେରା , ରାକେଶ ପୃଷ୍ଟି , ଦିବାକର ବେହେରା ,ଜୟଗୁରୁ ପାତ୍ର , ଦେବେନ୍ଦ୍ର ସାହୁ , ଅଚ୍ୟୁତ ମଲିକ ,ଶ୍ରୀକାନ୍ତ ସାହୁ , ଗୌରାଙ୍ଗ ବେହେରା , ଶିବରାମ ବେହେରା ,ସତ୍ୟାନନ୍ଦ ପୃଷ୍ଟି , ପୂର୍ଣ୍ଣାନନ୍ଦ ମିଶ୍ର , ଝରଣା ପୋଥାଳ , ସୁଷମା ସାହୁ , ଜଲି ସାହୁ , ଲିଲି ସାହୁ , ସତ୍ୟଭାମା ନାୟକ , ଚାରୁଲତା ମହାନ୍ତି , ମାତାଜୀ ବେହେରା , ମାନି ସାହୁ ,ପୂର୍ବତନ କାଉନସିଲର ପୁଷ୍ପଲତା ଦାସ ପ୍ରମୁଖ ଶତାଧିକ ମହିଳା ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.

three × five =