ସେଲଫ ହେଲପ୍‌ର ସ୍ୱେଚ୍ଛାସେବୀ ଅନୁଷ୍ଠାନର ୩ୟ ସାଂସ୍କୃତିକ ମହୋତ୍ସବ !

ଢେଙ୍କାନାଳ : ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ସେଲଫ୍ ହେଲପ୍‌)ର ପ୍ରତ୍ୟକ୍ଷ ତତ୍ୱାବଧାନରେ ତୃତୀୟ ସାଂସ୍କୃତିକ ମହୋତ୍ସବ (ନୃତ୍ୟ ଓ ସଙ୍ଗୀତ) ପାଳିତ ହୋଇଯାଇଛି ।

ମହୋତ୍ସବ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା, ରାଜ୍ୟ ସରକାରଙ୍କ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର, ନେହେରୁ ଯୁବ କେନ୍ଦ୍ର କଟକ ଓ ଢେଙ୍କାନାଳର ସହ ନିର୍ଦ୍ଦେଶକ ଅଶୋକ କୁମାର ଦାସ, ଯୁବ ନାଟ୍ୟ ନିର୍ଦ୍ଦେଶକ ଦିନେଶ କୁମାର ଦାସ ଏବଂ ସେଲ୍ଫ ହେଲ୍ପ ଅନୁଷ୍ଠାନର ନିର୍ଦ୍ଦେଶକ ଦିପ୍ତିମୟ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ମୁଖ୍ୟ ଅତିଥି ଭାବରେ ଅଶୋକ କୁମାର ଦାସ ଅଭିଭାଷଣ ରଖି ଭାରତୀୟ କଳା ସଂସ୍କୃତର ବିକାଶରେ ଯୁବ ସମାଜର ଭୂମିକା ଉପସ୍ଥାପନା କରିବା ସହ ଉପସ୍ଥିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଭାରତର ପ୍ରଚେଷ୍ଠାରେ କଳା ଓ ସଂସ୍କୃତିର ଗୁରୁତ୍ୱକୁ ପ୍ରତିପାଦନ କରିବାସହ ଏହାର ପ୍ରଚାର ପ୍ରସାର ଦିଗରେ ଆଲୋକପାତ କରିଥିଲେ ।

ମୁଖ୍ୟ ବକ୍ତା ଅବନୀ ମିଶ୍ର ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପରିଚୟ ଦେବା ସହ ଉତ୍କଳକୁ ସମଗ୍ର ବିଶ୍ୱରେ ପ୍ରତିଷ୍ଠାପିତ କରିବା ନିମନ୍ତେ ମାର୍ଗ ଦର୍ଶନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିଶ୍ର ଅନୁଷ୍ଠାନର ଲକ୍ଷ୍ୟ ଓ ଉଦେଶ୍ୟକୁ ସାର୍ବଜନୀନ କରିବା ସହ ଭବିଷ୍ୟ କାର୍ଯ୍ୟପନ୍ଥାକୁ ପ୍ରକଟ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତିଷ୍ଠିତ ଯୁବ ଦିବ୍ୟାଙ୍ଗ ସଙ୍ଗୀତ ବିଦ୍ୱାନ କାହ୍ନୁଚରଣ ମହାରଣାଙ୍କୁ ମାନପତ୍ରାଦିରେ ସମ୍ମାନୀତ କରାଯିବା ସହିତ ବିଭିନ୍ନ କଳାଅନୁଷ୍ଠାନକୁ ସମ୍ମାନୀତ କରାଯାଇଥିଲା ।

ଉକ୍ତ ମହୋତ୍ସବରେ ଯୁବ ଓ ଶିଶୁ କଳାକାର ମାନଙ୍ଗକର ନୃତ୍ୟ ପରିବେଷଣରେ ତାଳ ଓ ରାଗର ଅପୂର୍ବ ମିଳନ ଦେଖବାକୁ ମିଳିବା ସହିତ ସଙ୍ଗୀତର ସୁରତାଳର ମଧୁର ଗୁଞ୍ଜନ ଉପସ୍ଥିତ ଶ୍ରୋତାମାନଙ୍କୁ ମୁଗ୍ଧ କରିଥଲା । ଉକ୍ତ କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପାଣି ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × two =