ଟାଟା ଷ୍ଟିଲ ପକ୍ଷରୁ ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ : ୩୦୦ ମହିଳା ଓ ୮୦ ଜଣ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ !

ଢେଙ୍କାନାଳ : ଜିଲ୍ଲାର ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ଲାଂଟଣ୍ଟ୍ ପରିସରରେ ଏବଂ ପାଶ୍ୱର୍ବର୍ତୀ ଗ୍ରାମାଂଚଳରେ ମାସେବ୍ୟାପୀ ଆୟୋଜିତ ସୁରକ୍ଷା ସମ୍ପର୍କିତ ଅଭିଯାନ ଉଦ୍‌ଯାପିତ ହୋଇଯାଇଛି ।

ସୁରକ୍ଷାକୁ ସୁଦୃଢ କରିବା, ସଡକ ଦୁର୍ଘଟଣାରେ ଆହତ ସଂଖ୍ୟାକୁ କମ୍‌କରିବାଏବଂ ସଡକ ସୁରକ୍ଷା ଉପରେ ହିତାଧିକାରୀ, କର୍ମଚାରୀ, ସେମାନଙ୍କର ପରିବାରବର୍ଗ ଓ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଅଟେ ।ଓଡିଶା ସରକାରଙ୍କର ଢେଙ୍କାନାଳ ମଣ୍ଡଳର କାରଖାନା ଏବଂ ବଏଲରର ସହକାରୀ ନିର୍ଦ୍ଦେଶକା ଯନ୍ତ୍ରୀ ପୁଷ୍ପମିତ୍ରା ଜେନା ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁରକ୍ଷା ସପ୍ତାହ ପାଳନ ଅବସରରେ କର୍ମଚାରୀ, ଭେଣ୍ଡର ସହଭାଗୀଙ୍କ କର୍ମଚାରୀ ଏବଂଟାଟାଷ୍ଟିଲ୍‌କର୍ମଚାରୀଙ୍କପରିବାର ବର୍ଗଙ୍କମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସମସ୍ତ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।

ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଟାଟାଷ୍ଟିଲ ମେରାମଣ୍ଡଳୀର ସୁରକ୍ଷା ବିଭାଗର ମୁଖ୍ୟ ଅଗମ କୁମାର, ଟାଟାଷ୍ଟିଲ୍ ମେରାମଣ୍ଡଳୀର ଆଇରନ୍‌ମେକିଂଗ୍ ବିଭାଗର ମୁଖ୍ୟ ଅମିତ କୁମାରଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସମାରୋହରେ ଉପସ୍ଥିତ ଥିଲେ ।ଗ୍ରାମୀଣମହିଳା ଏବଂ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ସହ ଜଡିତ ସମସ୍ୟା ସମ୍ପର୍କରେ ସଚେତନ କରିବା ପାଇଁ, ଆମର ସୁରକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ଆଖପାଖ ୧୨ଟି ଗ୍ରାମର ୩୦୦ ଜଣ ମହିଳାଙ୍କୁ ନେଇ ନୂଆଗାଁ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଘରୋଇ ସୁରକ୍ଷା ସମସ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା ।

ସେହିପରି, ପାଇକ ପୁରୁଣାକୋଟ ପଂଚାୟତର ପାରିକୂଳ ଉଚ୍ଚ ବିଦ୍ୟାଳୟରେଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ଅଧିବେଶନରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।ଏହି ଅବସରରେ, ସଡକସୁରକ୍ଷା, ଅଗ୍ନି ନିରାପତା, ବୈଦ୍ୟୁତିକ ନିରାପତା, ଏଲ୍‌ପିଜି (ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍‌)ର ସୁରକ୍ଷିତ ବ୍ୟବହାର ଇତ୍ୟାଦି ସମ୍ପର୍କିତ ମୌଳିକ ସୁରକ୍ଷା ନୀତି ବିଷୟରେ ଜ୍ଞାନ ପ୍ରଦାନ କରାଯିବା ସହିତ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ।

ଘରୋଇ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଟାଟାଷ୍ଟିଲ୍‌ର ଟାଉନ୍‌ସିପ୍‌ରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମରେ, ଦୁର୍ଘଟଣା ପ୍ରତି ଶୂନ୍ୟ ସହନ ଶୀଳତାକୁ ନେଇ ଥିବା ଆମର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପ୍ଲାଂଟଣ୍ଟ୍‌ପରିସରଏବଂ ପାରପାଶ୍ୱର୍ିକ ଗ୍ରାମରେ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟିକରିବା ପାଇଁ ଅନ୍‌ସାଇଟ୍ ଜରୁରୀକାଳୀନ ମକ୍‌ଡ୍ରିଲ୍‌, ସୁରକ୍ଷାର‌୍ୟାଲି, ଗଣ ଯୋଗାଯୋଗ ସଭା, ଶ୍ରେଣୀଗୃହ ତାଲିମ୍‌, ସ୍କିଟ୍ ଏବଂ ସୁରକ୍ଷା ଚୌପାଲ୍ ଇତ୍ୟାଦିର ଆୟୋଜନ କରାଯାଇଥିଲା ।

ଆହୁରି ମଧ୍ୟ,ଓଡିଶା ସରକାରଙ୍କର ଢେଙ୍କାନାଳ ମଣ୍ଡଳର କାରଖାନା ଏବଂ ବଏଲରର ସହକାରୀ ନିର୍ଦ୍ଦେଶକା ଯନ୍ତ୍ରୀ ପୁଷ୍ପମିତ୍ରାଜେନା, ଅନୁଗୋଳ ମଣ୍ଡଳର କାରଖାନାଏବଂ ବଏଲରର ସହକାରୀ ନିର୍ଦ୍ଦେଶକା ଯନ୍ତ୍ରୀ ଅର୍ଚ୍ଚନା ଦାଶ, ଅନୁଗୋଳ ମଣ୍ଡଳର କାରଖାନା ଏବଂ ବଏଲରର ଉପ ନିର୍ଦ୍ଦେଶକ ଯନ୍ତ୍ରୀ ଅବନୀକାନ୍ତ ନାୟକ, ଟାଟାଷ୍ଟିଲ ମେରାମଣ୍ଡଳୀ ର ସେୟାର୍ଡ୍ ସର୍ଭିସେସ୍‌ର ମୁଖ୍ୟ ବେଦପ୍ରକାଶ ଠାକୁରଏବଂ ଅନୁଗୋଳଏନର୍ଜି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶୈଳେସ ବର୍ମାଙ୍କର ସଦୟ ଉପସ୍ଥିତିରେ ପ୍ଲାଣ୍ଟ ପରିସରରେ ଅବସ୍ଥିତ କିସିଣ୍ଡା କ୍ଲବ୍‌ଠାରେ ଆନୁକୂଲ୍ୟରେ “ପାୱାର ପ୍ଲାଣ୍ଟ ସୁରକ୍ଷା- ବିପଦ, ନିୟନ୍ତ୍ରଣ ଏବଂ ସର୍ବୋତମ ଅଭ୍ୟାସ” ସମ୍ପର୍କିତ ଏକ ସୁରକ୍ଷା କର୍ମଶାଳାର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଶିଳ୍ପ ଗୁଡିକରୁ ୫୬ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ୨୦୨୨ ମସିହା ମାର୍ଚ୍ଚ ୪ ତାରିଖ ଦିନ ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ଅଭିଯାନ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.

15 − 11 =