ଉତ୍କଳ ଆଜବଷ୍ଟେସ ଲିମିଟେଡ(ୟୁ.ଏ.ଏଲ୍ .) ତରଫରୁ ମେଧାବୃତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ :ଉତ୍କଳ ଆଜବଷ୍ଟେସ ଲିମିଟେଡ (ୟୁ.ଏ.ଏଲ୍.) ଓଡିଶା ତରଫରୁ କୋରିଆଁ ସ୍ଥିତ କାରଖାନା ପରିସରରେ ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟକ୍ରମର ଅଂଶ ସ୍ୱରୁପ ଏକ ମେଧାବୃତି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କାରଖାନାର ପାଶ୍ୱର୍ବର୍ତୀ ଅଞ୍ଚଳ ବିଭିନ୍ନ ମହବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ୬୦ ଜଣ କୃତି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ବୃତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

ଉତ୍କଳ ଆଜବଷ୍ଟେସ ଲିମିଟେଡ(ୟୁ.ଏ.ଏଲ.) ଓଡିଶା ତରଫରୁ ପୂର୍ବତନ ଜେନେରାଲ ମ୍ୟାନେଜର ,ୱାର୍କ୍ସ ମ୍ୟାନେଜର, ମାନବ ସମ୍ବଳ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.

four × one =