ଢ଼େଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପାଠ ଚକ୍ର !

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ, ଓଡିଆ ଓ ସଂସ୍କୃତ ବିଭାଗର ମିଳିତ ଉଦ୍ୟମରେ ‘ସାହିତ୍ୟ ଓ ସମାଜ’ ଶୀର୍ଷକ ଏକ ଆନ୍ତର୍ବିଭାଗୀୟ ରାଜ୍ୟ ସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।

ବିଶିଷ୍ଟ ଶିକ୍ଷାବିତ ତଥା ଗାଳ୍ପିକ ଅନୀଲ କୁମାର ଦାସ ଏହି ପାଠଚକ୍ରରେ ମୁଖ୍ୟବକ୍ତା ଭାବରେମେଯାଗଦେଇ ସାହିତ୍ୟ ଓ ସମାଜ ଭିତରେ ଥତବା ନିବିଡ ସମ୍ପର୍କକୁ ବାଖ୍ୟା କରିବା ସହିତ ସାହିତ୍ୟ ପିଢୀରୁ ପିଢୀକୁ ସଂଚରିତ ହୁଏ ଓ ଏହା ଯୁଗରୁ ଯୁଗକୁ ବ୍ୟାପ୍ତ ବୋଲି ମତ ଉପସ୍ଥାପିତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଂଜିତ କୁମାର ପ୍ରଧାନ ଉକ୍ତ ପାଠଚକ୍ରରେ ପୌରହିତ୍ୟ କରିବା ସହିତ ଜୀବନ ଜିଇଁବାର କଳା ସାହିତ୍ୟ ଶିଖାଏ ବୋଲି ପରିପ୍ରକାଶ କରିଥିଲେ ।

ପାଠଚକ୍ରର ଆରମ୍ଭରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଡ.ଆଦିତ୍ୟ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଡ.ବିଭୁଦତ ଦାଶ, ଓଡିଆ ବିଭାଗର ମୁଖ୍ୟ ଶୁଭ୍ରକାନ୍ତ ପାଣି ଏବଂ ସଂସ୍କୃତ ବିଭାଗର ମୁଖ୍ୟ ବିକାଶ ରଞ୍ଜନ ରଣା ପାଠଚକ୍ରର ବିଷୟବସ୍ତୁ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ପାଠଚକ୍ରରେ ଡ.ପ୍ରଜ୍ଞାପାରମିତା ପ୍ରଧାନ ସଂଯୋଜନା କରିଥିଲା ବେଳେ ରଶ୍ମିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଂରାଜୀ ବିଭାଗର ଅଧ୍ୟାପକ ତପନ କୁମାର ସେଠୀ, ଡ.ସାଧୁଚରଣ ପ୍ରଧାନ, ଅଧ୍ୟାପିକା କରିସ୍ମା ମିଶ୍ର, ଲଗ୍ନଜିତ ପୃଷ୍ଟି,ଓଡିଆ ବିବାଗର ଅଧ୍ୟାପକ କାଳନ୍ଦୀ ଚରଣ ମିଶ୍ର, ଅଧ୍ୟାପିକା ଡ. ମଞ୍ଜୁଳିକା ନାୟକ, ଡ.ସ୍ମରିତା ପ୍ରଧାନା, ଡ. ରିନାରାଣୀ ଜେନା, ସଂସ୍କୃତ ବିଭାଗର ଅଧ୍ୟାପକ ଡ.ନିର୍ମଳ ସୁନ୍ଦର ମିଶ୍ର ପ୍ରମୁଖ ଏହି ପାଠଚକ୍ରରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଇଂରାଜୀ, ଓଡିଆ ଓ ସଂସ୍କୃତ ବିଭାଗର ବହୁ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

four × three =