ଢେଙ୍କାନାଳ : ଭୁବନ ବନାଞ୍ଚଳ ଅନ୍ତର୍ଗତ ରାଙ୍କିଆ ଧାନବିଲରେ ବିଦ୍ୟୁତ ଆଘାତ ରେ ହାତୀ ମୃତ ଘଟଣାରେ ସନ୍ଦେହ କରି ୩ ଜଣକୁ ଗିରଫ କଲା ଭୁବନ ବନାଞ୍ଚଳ।
ଜିରାଳ ବନପାଳଙ୍କ ଅଭିଯୋଗ କ୍ରମେ କେସ ରୁଜୁ କରାଯାଇ ରାଙ୍କିଆ ଗ୍ରାମର ୩ ଜଣ ଙ୍କୁ ଗିରଫ କରାଯାଇଛି । ଗିରଫି ମାନେ ମାଝୀ ପାତ୍ର (୬୨) ମାନସ ପାତ୍ର (୩୫), ରମେଶ ମାଟିଆ (୪୦)। ଭୁବନ ବନାଞ୍ଚଳ ଅଧିକାରୀ ଅନିତା ସେଠୀଙ୍କ ନିର୍ଦେଶରେ ୩ ଜଣଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇ ସ୍ବାସ୍ଥ୍ୟ ଅବସ୍ଥା ପରଖିବା ପରେ ବନବିଭାଗ କାର୍ଯ୍ୟିାଳୟରେ ପଚରାଉଚରା ଚାଲିଛି। ସୂଚନା ଥାଉକି ହାତୀ ଶବକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଗତକାଲି ବ୍ୟବଛେଦ କରାଯାଇ ସେହି ସ୍ଥାନରେ ପୋତି ଦିଆଯାଇଛି।