ଢେଙ୍କାନାଳ : ଚଳିତ ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନରେ ୧୩ନଂ ଜୋନ୍ର ପ୍ରତାପ ଚନ୍ଦ୍ର ମଲ୍ଲିକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅକ୍ଷୟ କୁମାର ମହାନ୍ତି ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଥିବାବେଳେ ନିଜର ଭାଇ ଓ ଭାଇବୋହୂଙ୍କୁ ଜାଲିଆତି କରି ନିଯୁକ୍ତି ଦେବା, କେନ୍ଦ୍ର ସମବାୟ ବ୍ୟାଙ୍କର କାମାକ୍ଷାନଗର ଶାଖାରୁ ବ୍ୟାଙ୍କର ଟଙ୍କା ହେରାଫେରୀ ବାବଦରେ ଜିଲ୍ଲା ସମବାୟ ଉପନିବନ୍ଧକଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପ୍ରାୟ ଟ.୪୦,୦୦,୦୦୦/-ଙ୍କାର ଭାଗିଦାରୀ ହୋଇଥିବାର ପ୍ରମାଣ ମିଳିଛି । ଦେଓଗାଁ ସମବାୟ ସମିତିରେ ନିଜର ପରିବାରଙ୍କ ନାମରେ ସରକାରଙ୍କର ବିନା ସୁଧରେ ଋଣ ଯୋଜନା ଅନ୍ତର୍ଭୁକ୍ତ କରି ଅନ୍ୟ ଋଣିମାନଙ୍କୁ ହତାଶ କରିବା ତାଙ୍କ ଅଭିଯୋଗରେ ନିର୍ବାଚନ ଅଧିକାରୀ ତାଙ୍କର ନାମାଙ୍କନ ପତ୍ରଟିକୁ ଯାଞ୍ଚ କରି ନାକଚ କରିଥିବାର ପ୍ରମାଣ ମିଳିଛି ।