ଢେଙ୍କାନାଳ : ଜିଲ୍ଲା ର କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ ର ସଭ୍ୟ ମାନେ ଯାଉଁଳି ମଠ ଠାରେ ଉପସ୍ଥିତ ରହି ପ୍ରକାଶ ଚନ୍ଦ୍ର ସାମଲ ଙ୍କ ର ସଭାପତିତ୍ୱ ରେ ଓଡିଶା ତଥା ଢେଙ୍କାନାଳ ର ଖଣ୍ଡାୟତ କ୍ଷତ୍ରୀୟ ମାନଙ୍କ ର ବିରତ୍ୱ ଗାଥା ବାବଦରେ ଆଲୋଚନା କରିଥିଲେ।
ଏହି ଆଲୋଚନା ରେ ଦିଲ୍ଲୀପ କୁମାର ସ୍ୱାଇଁ ତାଙ୍କ ର ବକ୍ତବ୍ୟ ରଖିଥିଲେ, ବିଶ୍ୱଜିତ ବରାଳ, ଆଶିଷ କୁମାର ସାହୁ ଏବଂ ରାଜେଶ ସାମଲ ଓ ଅନ୍ୟାନ୍ୟ ସଦସ୍ୟ ମାନେ ନିଜ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରତେକ ମାସ ଶେଷ ରବିବାର ରେ ସଦସ୍ୟ ମାନଙ୍କ ମତ ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ସଭା ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା।ସଂଯୋଜକ ବିଶ୍ୱଜିତ ବରାଳ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଶେଷ ରେ ପ୍ରକାଶ ଚନ୍ଦ୍ର ସାମଲ ସଭାପତି ସଭା ସାଙ୍ଗ କରିଥିଲେ ।