୪ ଦିନପରେ ନିଖୋଜ ଯୁବଙ୍କର ଗଳିତ ମୃତଦେହ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୋଲିସର ଛାନଭିନ ଜାରି !

ଢେଙ୍କାନାଳ : ଆଠଗଡରୁ ୪ ଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହ ଢେଙ୍କାନାଳରୁ ମିଳିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ନିକଟସ୍ଥ ପଥର ଖଣିରେ ଏହି ମୃତଦେହ ଠାବ କରାଯାଇଛି ।

ତେବେ ନିଖୋଜର ୪ ଦିନ ପରେ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ମୃତଦେହକୁ କିଛି ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିଛି ।

ମୃତକ ଜଣଙ୍କ ଆଠଗଡ ହିରୋକିଶୋରପୁରର ସୂର୍ଯ୍ୟପ୍ରତାପ ତ୍ରିପାଠୀ । ମୃତଦେହ ପାଖରୁ ସୂର୍ଯ୍ୟଙ୍କ ବାଇକ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବକଙ୍କ ଶରୀରରେ କ୍ଷତ ବିକ୍ଷତ ଥିବା ଦେଖିବାକୁ ମିଳିଛି । ଗତ ୨୮ ତାରିଖରୁ ସୂର୍ଯ୍ୟ ଘରୁ ଢେଙ୍କାନାଳ ଆସି ଆଉ ଫେରିନଥିଲେ । ଫଳରେ ତାଙ୍କ ପରିବାର ତରଫରୁ ଆଠଗଡ ଥାନାରେ ନିଖୋଜ ସମ୍ପର୍କରେ ଜଣାଇଥିଲେ ବୋଲି ଜଣାପଡିଛି ।

ତେବେ ନିଖୋଜର ୪ ଦିନ ପରେ ଆଜି ମୃତଦେହ ମିଳିବା ପରେ ଅନେକ ଆଶଙ୍କା କରାଯାଇଛି । ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ମାତ୍ର ରମୃତକଙ୍କ ପରିବାର ପକ୍ଷରୁ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠାଇଛନ୍ତି । ଫଳରେ ସଦର ଥାନା ପୋଲିସ ଫୋରେନସିକ୍ ଦଳ ସହ ଘଟଣାର ତଦନ୍ତ କରୁଛି ।

ତେବେ ଢେଙ୍କାନାଳ ଶଙ୍କରପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ପଥର ଖାଦାନରେ ମୃତଦହ ବାଇକ ସହ ପଡିଥିବା ଏହା ଏକ ଦୁର୍ଘଟଣା ଜନିତ ମୃତୁୟ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଘଟଣା ସ୍ଥଳକୁ ଢେଙ୍କାନାଳ ଏସ୍‌.ପି ଯାଇ ଅଧିକ ଯାଞ୍ଚ କରୁଥିବା ବେଳେ ତଦନ୍ତ ପରେ ସଠିକ କାରଣ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 + one =