ଏନ୍‌.ଜି.ଓ ସଂସ୍ଥାର ବକେୟା ଅର୍ଥକୁ ପ୍ରଦାନ ନିମନ୍ତେ ସରକାରଙ୍କୁ ସଂସଦରେ ଅନୁରୋଧ କଲେ ଢେଙ୍କାନାଳ ସାଂସଦ !

ଢେଙ୍କାନାଳ :ସରକାରଙ୍କର ବଜେଟ୍ ଅଧିବେଶନର ଶୂନ୍ୟକାଳ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ଅଭିଭାଷଣରେ ପବିତ୍ର ଉତ୍କଳ ଦିବସ ପରିପ୍ରେକ୍ଷୀରେ ସଂସଦର ଲୋକସଭାରେ ଥିବା ସମସ୍ତ ସାଂସଦଙ୍କ ସହିତ ବାଚସ୍ପତି ମହାଭାଗଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ଓଡିଶାରେ ଦୁଇବର୍ଷ ଧରି କରୋନାର କରାଳ କବଳରେ ଯେଉଁ ସ୍ୱେଚ୍ଛାସେବୀ ସଂଗଠନମାନେ ସରକାରଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ ବିଭାଗ କାର୍ଯ୍ୟ କରିଆସିଥିଲେ ସେମାନଙ୍କର ବକେୟା ଅର୍ଥ ସରକାର ତୁରନ୍ତ ଯୋଗାଇଦିଅନ୍ତୁ ଏବଂ ସେମାନଙ୍କୁ ପୂନର୍ବାର ସମାଜସେବା କାର୍ଯ୍ୟରେ ନିୟୋଜିତ କରନ୍ତୁ ଏବଂ ବିଶେଷକରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ସାଂସଦ ଗୃହର ସମସ୍ତ ସାଂସଦଙ୍କ ତରଫରୁ ନିଜର ମତ ରଖିଥିଲେ କି, ଶୂନ୍ୟକାଳରେ ସଂସଦ ଚାଲୁଥିବାବେଳେ ସାଂସଦମାନଙ୍କ ସମସ୍ତ ବିଷୟକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରି ବିଭାଗୀୟ ସ୍ତରରେ ଜନକଲ୍ୟାଣକାରୀ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବାକୁ ଅଧ୍ୟକ୍ଷଙ୍କ ଜରିଆରେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

1 × five =