ନାଟ୍ୟାନୁଷ୍ଠାନ ‘ଭୂମିକା’ ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ !

ଢେଙ୍କାନାଳ : କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନ ପରିସରରେ ନାଟ୍ୟାନୁଷ୍ଠାନ‘ଭୂମିକା’ ପକ୍ଷରୁ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି।

ଜିଲ୍ଲା ସଂଯୋଜକ ତଥା ନାଟ୍ୟକାର ମଧୁସୂଦନ ଷେଣ୍ଢଙ୍କ ସଭାପତିତ୍ୱରେ ‘ଅଙ୍ଗେନିଭା କଥା- ମଞ୍ଚ ନାଟକର ଅତୀତ, ବର୍ତମାନ ଓ ଭବିଷ୍ୟତ ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କଳାପରିଷଦର ପ୍ରତିଷ୍ଠାତା ସଭାପତି ତଥା ନାଟ୍ୟସଂଘର ଉପଦେଷ୍ଟା ଦିଲ୍ଲୀଶ୍ୱର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଦୀନେଶ ଦାସ , ହାସ୍ୟଭିନେତା ଇନ୍ଦ୍ରମଣି ବେହେରା, ଶତ୍ରୁଘ୍ନ ମାଟି, ଅଭିନେତା ଅଶୋକ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ନାୟକ, ନାଟ୍ୟ ନିର୍ଦେଶକ ଗୋବର୍ଧନ ବାରିକ, ମନୋଜ କୁମାର ସାହୁ, ଜଗଦୀଶ ତ୍ରିପାଠୀ, ସଙ୍ଗୀତ ନିର୍ଦେଶକ ଦିଲୀପ ରାଉତ, ‘ଭୂମିକା’ର ଯୁଗ୍ମ ସମ୍ପାଦକ ବିମଳ ପରିଡ଼ା , ପଦ୍ମଚରଣ ମୁଦୁଲି, ଚନ୍ଦ୍ରମଣି ଲେଙ୍କା, ମଣ୍ଟୁପ୍ରଧାନ, ନାଟ୍ୟାନୁଷ୍ଠାନ ‘କଳାପରଷଦି ’, ‘ଅଲଟରନେଟିଭ ରିଦିମ୍‌ ଥିଏଟର’ର କାର୍ଯ୍ୟକର୍ତାଙ୍କ ସମେତ ଜିଲ୍ଲାର ବହୁ
ନାଟ୍ୟକାର, ନାଟ୍ୟ ନିର୍ଦେଶକ, କଳାକାର ଉପସ୍ଥିତ ରହିମଞ୍ଚ ନାଟକର ଅନୁଭୂତି ଆଲୋଚନା କରିଥିଲେ।

ପ୍ରତିଷ୍ଠାତା ସମ୍ପାଦକ ନିରଞ୍ଜନ ସାହୁ, ଉପଦେଷ୍ଟା ଶ୍ରୀରାମ ରାଉତ, ସମ୍ପାଦକ ହାଡିବନ୍ଧୁ ମହାନ୍ତି, ଇନ୍ଦ୍ରଜିତ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ନାଥ, ମନୋଜ ରାଉଳ, ସୁନୀଲ ସାହୁ,ପଙ୍କଜ ଛୋଟରାୟ, ସୌଭାଗ୍ୟ ନନ୍ଦ, ଅଥୟ ନାୟକ, ସମରେନ୍ଦ୍ର ନାୟକ, ଅମିତ ନାୟକ, ପରେଶ ଖୁଣ୍ଟିଆ, ବଳରାମ ବାରିକ, ହିମାଦ୍ରୀ ଦାସ,
ଗଣେଷ ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen − 6 =