ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ରକ୍ତ ଭଣ୍ଡାରରେ ଶହିଦ୍ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଉପସଭାପତି ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସାତମାଇଲ ସ୍ଥିତ ହାଟ ଠାରେ ମଣ୍ଡଳୀ ସଂଯୋଜକ ରାଜକୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ଆମ୍ ଆଦ୍ମୀ ପାର୍ଟି ସଂଗଠନ ତରଫରୁ ରକ୍ତଦାନ ଶିବିର ଆୟୋଜନ କରି ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କ୍ରମରେ ଆମ୍ ଆଦ୍ମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସଂଗଠନ ତରଫରୁ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକ୍ରମରେ ଜିଲା ସଭାପତି ପଙ୍କଜ ଯୋଗଦେଇ ଶହୀଦ ଭଗତ ସିଂହଙ୍କ ଜୀବନୀ ଏବଂ ଦେଶ ମାତୃକାର ସ୍ୱାଧୀନ ପାଇଁ ଇଂରେଞ୍ଜ ମାନଙ୍କ ଦ୍ୱାରା ଫାସୀ ଦିଆଯାଇଥିବା ସମ୍ପର୍କରେ ଆଲୋଚନା କରିଥିଲେ । ତାଛଡା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଂଚାୟତର ସଂଗଠନ ଉପରେ କର୍ମୀମାନଙ୍କୁ ନେଇ ଏକ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଆସନ୍ତା ଅକଟୋବର ମାସ ଭିତରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରୁ ପାଞ୍ଚ ଜଣ ଲେଖାଏଁ ସଦସ୍ୟ ଦଳରେ ଯୋଡିବା ପାଇଁ ସଂକଳ୍ପ ନେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ଓଡାପଡ଼ା ବ୍ଲକ ସଭାପତି ଲକ୍ଷ୍ମଣ ନାଏକ, ମାୟାଧର ନାଏକ, ଇଂ ପିତାମ୍ବର ଦାସ, ବିକ୍ରମ ରାଉତ, ଗଣେଶ୍ୱର ବିଶ୍ୱାଳ, ରାମମଣୀ ସେଠୀ, ସ୍ନେହଲତା ମହାନ୍ତି, ସନାତନ ନାଏକ, ଗୋବିନ୍ଦ ନାଏକ, ଅଜୟ ନାଏକଙ୍କ ସହିତ ଅନେକ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ ।