ଢେଙ୍କାନାଳ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହିଷାପାଟ ର ବିଭିନ୍ନ ସମସ୍ୟାକୁ ନେଇ ଅଭିଭାବକ ମାନେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅଭିଭାବକ ମାନଙ୍କ ଅଭିଯୋଗ ମିଡ୍ ଡେ ମିଲ୍ ଅତି ନିମ୍ନମାନର ହୋଇଥିବାରୁ ଏହାକୁ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେଉଛନ୍ତି । ସ୍କୁଲ ଛୁଟିର ସମୟ ଅପରାହ୍ନ ୪ ଟା ହୋଇଥିବା ବେଳେ ଏହାର ବ୍ୟତିକ୍ରମ କରାଯିବା ଦ୍ଵାରା ଦୂର ଦୂରାନ୍ତ ରୁ ଆସୁଥିବା ଛାତ୍ର ଛାତ୍ରୀ ୫ ଟା ପରେ ଘରେ ପହଞ୍ଚୁଛନ୍ତି । ଛାତ୍ରଛାତ୍ରୀ ମାନେ ଖରାରେ ପଡିଆ ରେ ଘାସ ଓପାଡିବା, ପଡିଆ ସଫା କରାଇବା ଦ୍ୱାରା ତା ପରଦିନ ସ୍କୁଲ ଯିବାପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି l ସ୍କୁଲ ରେ ତିନିଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଥିଲାବେଳେ ସ୍ଵଚ୍ଛ ପାଣି ର ଉତ୍ତମ ବ୍ୟବସ୍ଥା ନଥିବାରୁ ଦିନ ତମାମ ପାଣି ଟୋପେ ପିଇବା ପାଇଁ ହଇରାଣ ହେଉଛନ୍ତି l
ପାଇଖାନା, ପରିସ୍ରା ଗାର ଭଲ ଭାବରେ ସଫା ହେଉନଥିବାରୁ ଏହା ର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ । କୌଣସି ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବାକୁ ଚେଷ୍ଟା କଲେ ଏହା ସମ୍ଭବପର ହେଉନାହିଁ । ଯଦି କେତେବେଳେ କଲ ଗ୍ରହଣ କରୁଛନ୍ତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛନ୍ତି ।
ଜିଲ୍ଲାପାଳ ଏହାକୁ ଗୁରୁତର ସହ ବିଚାର କରି ତୁରନ୍ତ ସ୍କୁଲ ର କାର୍ଯ୍ୟକରି ଅଧ୍ୟକ୍ଷା ଙ୍କୁ ଡାକି ଚର୍ଚ୍ଚା କରି ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।