ଢେଙ୍କାନାଳ : ସାଂସଦ ମହେଶ ସାହୁ ପୂର୍ବାହ୍ନରେ ତାଙ୍କର ଏକଦିବସୀୟ କାର୍ଯ୍ୟକ୍ରମରେ ସଦର ବ୍ଲକ୍ ଅନ୍ତର୍ଗତ ଗୋହିରାଖାଲ ପଞ୍ଚାୟତର ଗୋହିରାଖାଲ ପ୍ରାଥମିକ ବିଦ୍ୟାଳୟ ଓ କୋଇଲିପଙ୍ଗି ଗ୍ରାମପଞ୍ଚାୟତର ମହୁଲବେରେଣୀ ଉ.ପ୍ରା. ବିଦ୍ୟାଳୟ ପ୍ରାଚୀର ନିମନ୍ତେ ସାଂସଦଙ୍କ ଉନ୍ନୟନ ଅନୁଦାନ ପାଣ୍ଠିରୁ ପ୍ରଦତ ହୋଇଥିବା କାର୍ଯ୍ୟର ଶିଳାନ୍ୟାଶ ହୋଇଯାଇଛି ।
ଶ୍ରୀ ସାହୁ ଏହି କାର୍ଯ୍ୟକ୍ରମରେ ଗୋହିରାଖାଲ ଠାରେ ପହଁଚିବା ବେଳେ ଉପସ୍ଥିତ ଥିବା ମହିଳା ଓ ଗ୍ରାମବାସୀ ମାନେ ତାଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜଣାଇଥିଲେ । ଶିଳାନ୍ୟାସ ପରେ ସାଂସଦ ପ୍ରାଥମିକ ବିଦ୍ୟାଳୟ ପରିସର ପରିଭ୍ରମଣ କରିବା ସହିତ ବିଦ୍ୟାଳୟର ସମାସ୍ୟା ସଂପର୍କରେ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ ।
ପରେ ମହୁଲବେରେଣୀ ଠାରେ ଅନୁରୂପ ଭାବେ ପ୍ରାଚୀର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ସେଠାରେ ପଞ୍ଚାୟତ ର ମାନ୍ୟଗଣ୍ୟ ବୁଦ୍ଧିଜୀବୀ ବ୍ୟକ୍ତିବିଶେଷମାନେ ସାଂସଦଙ୍କୁ ସାକ୍ଷାତ କରି ସେମାନଙ୍କ ମୌଳିକ ସମସ୍ୟା ସଂପର୍କରେ ଜଣାଇଥିଲେ । ବିଦ୍ୟାଳୟର ପ୍ରାଚୀର ନିର୍ମାଣ ହୋଇ ନଥିବାରୁ ସାଂସଦଙ୍କ ପ୍ରଚେଷ୍ଠାରେ ବିଦ୍ୟାଳୟର ପ୍ରାଚୀର ନିର୍ମାଣ ହେଉଥିବାରୁ ସମସ୍ତ ଛାତ୍ରଛାତ୍ରୀମାନେ ସାଂସଦଙ୍କ କୃତଜ୍ଞତା ଜଣାଇଥିଲେ ।
କାକୁଡାଭାଗ ଗ୍ରାମର ଗାଡି ଚାଳକ ମୁହଲିଧର ସାହୁଙ୍କର ଅଗ୍ନିକାଣ୍ଡରେ ଦୁଇବଖରା ଘର ପୋଡି ଚାରି ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ଖବର ପାଇ ଶ୍ରୀ ସାହୁ କାକୁଡିଭାଗ ଗ୍ରାମକୁ ଯାଇ ଅଗ୍ନିବିପନ୍ନଙ୍କ ପରିବାରକୁ ସାକ୍ଷାତ କରି ସାନ୍ତ୍ୱନା ଦେବା ସହିତ କ୍ଷୟକ୍ଷତି ସଂପର୍କରେ ଆକଳନ କରି ତୁରନ୍ତ ଉପଜିଲ୍ଲାପାଳଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ପରାମର୍ଶ ଦେଇଥିଲେ ।
ସେଠାରେ ଅଞ୍ଚଳର ସମସ୍ତ ଗାଡି ଚାଳକମାନେ ଉପସ୍ଥିତ ରହି ସାଂସଦଙ୍କୁ ଭେଟିଥିଲେ । ଏହାପରେ ଶ୍ରୀ ସାହୁ ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସେବାୟତ ମାନଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ମନ୍ଦିରର ସମାସ୍ୟା ସଂପର୍କରେ ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପୂର୍ବତନ ସରପଞ୍ଚ ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ଅର୍ଜୁନ ସାହୁ, କାକୁଡିଭାଗ ପଞ୍ଚାୟତର ସମିତିସଭ୍ୟା ମିନତୀ ପଣ୍ଡା, ସରପଂଚ ରୀନା ସାହୁ, ଗ୍ରାମ ସଭାପତି ପୁରୁଷୋତମ ସାହୁ, ମହିଳାନେତ୍ରୀ ଗୀତାଞ୍ଜଳି ବେହେରା, ବାବୁଲି ମହାରଣା, କୈଳାସ ସାହୁ, ମାନସ ପଣ୍ଡା, ପ୍ରଭାତ ପ୍ରତିହାରୀ, କୈଳାସ ମହାପାତ୍ର, ନବକିଶୋର ପାଣିଗ୍ରାହୀ, ପ୍ରଦୀପ ପଣ୍ଡା, ରମେଶ ରାଜ, ଇନ୍ଦ୍ରମଣି ଜେନା, ଜୟକୃଷ୍ଣ ପଣ୍ଡା ଓ ପ୍ରଶାନ୍ତ ଧଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।