ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତର ବୋଲୁଅ ଗ୍ରାମରେ ସହରୀ ଢାଞ୍ଚାରେ ନିର୍ମିତ ହୋଇଥିବା ଏହି ଗ୍ରାମୀଣ ପାର୍କରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଥିବାବେଳେ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି।
ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାର୍କର ଉଦଘାଟନ କରିଥିଲେ। ଜିଲ୍ଲର ସମସ୍ତ ୨୧୨ ପଞ୍ଚାୟତରେ ଏଭଳି ପାର୍କ ନିର୍ମାଣ କରାଯିବ ବୋଲି ଏହି ଅବସରରେ ସେ ସୂଚନା ଦେଇଥିଲେ। ସରପଞ୍ଚ ଆରତି ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ସରୋଜ କୁମାର ସେଠୀ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ତନ୍ମୟଦରୱାନ, ଉପଜିଲ୍ଲାପାଳ ଜ୍ୟୋତିଷ ଶଙ୍କର ସାହୁ, ବିଡିଓ ବିକାଶ
କୁମାର ମହାନ୍ତି, ଅତିରିକ୍ତ ତହସିଲଦାର ଯସକେତନ ନାୟକ, ଏନଏସିଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା , ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଉପାଧ୍ୟକ୍ଷା ରଞ୍ଜିତା ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ଅବନ୍ତୀ ସେଠୀ, ସରପଞ୍ଚ ଶିଶିରକାନ୍ତ ବେହେରା, ସମିତିସଭ୍ୟା ରମାମଣିମଲ୍ଲିକ, ସନ୍ଧ୍ୟାରାଣୀ ଷେଣ୍ଢ, ବିନୟ ସାହୁ, ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।