‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ : ୧୦୮ ୟୁନିଟ୍ ରକ୍ତ ସଂଗ୍ରହ !

ଢେଙ୍କାନାଳ : ରକ୍ତ ବିନା ରାଜ୍ୟରେ  ଯେପରି କୌଣସି ବ୍ୟକ୍ତିର ଅସୁବିଧାନ ନ’ ହୁଏ ଏଥିପାଇଁ  ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଚାଉଳିଆ ଓ ସୋଗରପଶି ଗ୍ରାମପଞ୍ଚାୟତର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ  ଚାଉଳିଆ ଗ୍ରାମପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଶିବିରରେ ୧୦୮ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ଚାଉଳିଆ ସରପଞ୍ଚ ବାବୁଲି ରାଉତ, ସୋଗରପଶି ସରପଞ୍ଚ ତପନ ନାୟକ, ସଭାପତି ସୁରେଶ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଆହ୍ୱାନ ରହିଛି, ଯେପରି କୌଣସି ବ୍ୟକ୍ତିଙ୍କର ରକ୍ତ ଅଭାବରୁ ଜୀବନ ନଯାଏ ସେଥିପାଇଁ ଯୁବ ଓ ଛାତ୍ରମାନେ ରକ୍ତଦାନ କରିଥିବାରୁ ସେମାନଙ୍କୁ ସାଧୁବାଦ୍ ଜଣାଇବା ସହ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ଏନ୍‌.ଏ.ସି. ଅଧ୍ୟକ୍ଷ ତଥା ଯୁବ ସଭାପତି ଧର୍ମାନନ୍ଦ ପରିଡା , ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ଜିଲ୍ଲା ସଂଯୋଜକ, ଓଡିଶା ମୋ ପରିବାର ସୁରଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଯୁବ ଓ ଛାତ୍ରମାନଙ୍କୁ ଆଗାମୀ ଦିନରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ।

ଏହି ଶିବିରରେ ଉପାଧ୍ୟକ୍ଷ କାଳନ୍ଦି ବାରିକ, ରାଜ୍ୟ ସମ୍ପାଦକ ବିଜୁ ଛାତ୍ର ଜନତା ଦଳ ବିଶ୍ୱରଞ୍ଜନ ସାହୁ, ସମିତିସଭ୍ୟ ସର୍ବେଶ୍ୱର ନାୟକ, ସମିତିସଭ୍ୟା ରଞ୍ଜିତା ନାୟକସମିତି ସଭ୍ୟ ଗଙ୍ଗାଧର ସେଠୀ,  ପ୍ରକାଶ ସାହୁ, ଶୁଶୁଲ୍ କୁମାର ଗୋଚ୍ଛାୟତ, ଆଶୁତୋଷ କର, ବସନ୍ତ ଦେହୁରୀ, ଧରଣୀଧର ଜେନା, ବାଦଲ ପ୍ରଧାନ, ସନ୍ତୋଷ ରାଉତ, ଗୋପବନ୍ଧୁ ରାଉତ, ଅବନି ରାଉତ, ପ୍ରକାଶ ମହାନ୍ତି, ପ୍ରଦୀପ ପରିଡା, ଛାୟାକାନ୍ତ ବେହେରା, ସୁବାଷ ଗୋଚ୍ଛାୟତ, ଅମିତ ସାହୁ, ଶର୍ମା ଜେନା, ଅନିଲ୍ ରାଉତ, ବ୍ରହ୍ମାନନ୍ଦ ରାଉତ, ସୁଶାନ୍ତ ରାଉତ, ରସାନନ୍ଦ ମହାଳିକ, ମଳୟ ବିଶ୍ୱାଳ, ସର୍ବେଶ୍ୱର ବିଶ୍ୱାଳ ପ୍ରମୁଖ ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ । ଉକ୍ତ ଶିବିରକୁ  ରକ୍ତଭଣ୍ଡାରର ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ରାକେଶ ଦେହୁରୀ, ଅଜୟ ସ୍ୱାଇଁ, ବରୁଣ ସାହୁ, ତପନ ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

five × one =