ଢେଙ୍କାନାଳ : ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମ ପଂଚାୟତର ଖାତା ନଂ-୭୨୨, ମୌଜା-କାଣ୍ଡବିନ୍ଧା, ପ୍ଲଟ୍ ନଂ-୩୯୨୭, ଏକର୪.୨୦ଡେସିମିଲି ଖେଳ ପଡିଆ ପାଇଁ ଉଦ୍ଦିଷ୍ଟ ଥିଲା ।
କିନ୍ତୁ ୧୯୯୫ ମସିହାରେ ତହସିଲ୍ଦାର, ସଦର, ଢେଙ୍କାନାଳ ଦାଖଲ ଖାରଜ କେଶ୍ ନଂ- ୫୬୫୧/୯୫, ଉକ୍ତ ପ୍ଲଟ୍ରୁ ୦.୮୦ ଡେସିମିଲ୍ ଜାଗା ଲାଂଚ ନେଇ ଅନ୍ୟାୟ ଭାବରେ ରବିନାରାୟଣ ସାହୁ, ପିତା-ହରିହର ସାହୁ, ଗ୍ରା.ପ. କାଣ୍ଡବିନ୍ଧାଙ୍କ ନାମରେ ଲିଜ୍ ସୂତ୍ରରେ ଦେଇଦେଇଛନ୍ତି ।
ଯାହାକି କାଣ୍ଡବିନ୍ଧା ଜନସାଦାରଣରେ ଅସନ୍ତୋଷର ବହ୍ନୀ ପ୍ରଜ୍ଜଳିତ ହୋଇ ଜନ ଆନ୍ଦୋଳନର ରୂପରେଖ ନେବାକୁ ବସିଲାଣି । ରବିନାରାୟଣ ସାହୁ ଓ ତାଙ୍କ ପିତାଙ୍କ ନାମରେ ପ୍ରଜ୍ୟାପ୍ତ ପରିମାଣର ଜମି ଥିବା ସତ୍ୱେ କେଉଁ ଆଧାରରେ ତାହାକୁ ଲିଜ୍ ଆକାରରେ ଦିଆଯାଇଅଛି ତାହା ବର୍ତମାନ ଆଲୋଚ୍ୟ ବିଷୟ ପାଲଟିଛି ।
ସେହି ଲିଜ୍ ପ୍ଲଟ୍ ଉପରେ ରବିନାରାୟଣ ସାହୁଙ୍କ ସ୍ତ୍ରୀ ଏକ ୭୦ ହଜାର ଟଙ୍କାର ଇନ୍ଦିରା ଆବାସ ଯୋଜନାରେ ଘର ବନିକରଣ କରି ଖେଳ ପଡିଆ ପାଇଁ ଉଦ୍ଦିଷ୍ଟ ଜମିକୁ ହାତେଇ ନେଇଛି ଯାହାକି କାଣ୍ଡବିନ୍ଧା ଯୁବ, କ୍ରୀଡାବିତ୍ମାନଙ୍କ ଉପରେ ନକରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରି ଏକ ଜନଜାଗରଣ ସୃଷ୍ଟି ହେବାକୁ ଯାଉଛି ।
ଏହି ପରିପ୍ରେକ୍ଷୀରେ ଜନସାଧାରଣ ତହସିଲଦାର୍ ଓଡାପଡା, ଉପଜିଲ୍ଲାପାଳ ଢେଙ୍କାନାଳ, ଜିଲ୍ଲାପାଳ ଢେଙ୍କାନାଳ ତଥା ରାଜସ୍ୱ କମିଶନର ଉତରାଂଚଳ, ସମ୍ବଲପୁରଙ୍କୁ ଅବଗତି କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ଏହା କିପରି ଓ କେଉଁ ପରିପ୍ରେକ୍ଷୀରେ ପର୍ଯ୍ୟାପ୍ତ ପରିମାଣର ଜମି ନିଜ ନାମରେ ଥାଇ କେଉଁ ଆଧାରରେ ଲିଜ୍ ସୂତ୍ରରେ ଜନସାଧାରଣଙ୍କ ସଂରକ୍ଷିତ ଖେଳ ପଡିଆକୁ ଦିଆଯାଇପାରିଲା ତାହା ସରକାରଙ୍କର ପାରିବା ପାଣିଆ ଦର୍ଶାଉଛି ଓ ଏହାର ପ୍ରତିକାର କରାଯାଇ ଉକ୍ତ ଜମିକୁ ଜବରଦଖଲ ଉଚ୍ଛେଦ ମୁକ୍ତ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।