ଭାରତ ସ୍କାଉଟ୍ସ ଓ ଗାଇଡ୍‌ସ୍ ଏବଂ ଜୁନିୟର ରେଡ୍‌କ୍ରସ୍‌, ଢେଙ୍କାନାଳ ଜିଲ୍ଲାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ୍ ଏବଂ ଜୁନିୟର ରେଡ୍‌କ୍ରସ୍ ଢେଙ୍କାନାଳ ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଜିଲ୍ଲା ସ୍କାଉଟ୍ ଗାଇଡ୍ ଓ ଜୁନିୟର ରେଡ୍‌କ୍ରସ୍‌ର ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡା ସମସ୍ତଙ୍କର ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ଓ ବାର୍ଷିକ ଆୟ ବ୍ୟୟର ଅଟକଳ ପଠନ କରିଥିଲେ । ଏହି ଆୟବ୍ୟୟ ଅଟକଳକୁ ନରେଶ କୁମାର ମହାରଣା ତ୍ରିଲୋଚନ ସାହୁ ଓ ବିଜୟ କୁମାର ନନ୍ଦ ପ୍ରସ୍ଥାବକୁ ଅନୁମୋଦନ କରିବା ପାଇଁ ସଭାରେ ପ୍ରସ୍ତାବ ଦେଇଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ, ଭୁବନ ବ୍ଲକ୍ ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ, କଙ୍କଡାହାଡ ବ୍ଲକ୍‌ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନତୀ ଦେହୁରୀ, ପଂଚାୟତରାଜ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ, ରାସୋଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନାଦି ଚରଣ ନାୟକ ଉପସ୍ଥିତ ଥିଲେ ।

ଏହି ବୈଠକରେ ସର୍ବ ସମ୍ମତି କ୍ରମେ ନବପଲ୍ଲି ଉଚ୍ଚ ବିଦ୍ୟାଳୟ ଜରଡାର ପ୍ରଧାନଶିକ୍ଷକ ଇତିସ୍ ବରାଳଙ୍କୁ ନୂତନ ଭାବରେ ଜିଲ୍ଲା କମିଶନର ସ୍କାଉଟ୍ ଭାବେ ମନୋନିତ କରାଯାଇଥିଲା । ତତ୍ ସହିତ ଆଠଗୋଟି ବ୍ଲକ୍‌ର ସ୍କାଉଟ୍ ଓ ଗାଇଡ୍ ଏବଂ ଜୁନିୟର ରେଡ୍‌କ୍ରସ୍‌ର ସଂଯୋଜକମାନଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ସର୍ବ ଶେଷରେ ଜିଲ୍ଲା ଗାଇଡ୍ କମିଶନର ତଥା ଲୋକନାଥ ଉଚ୍ଚ ବିଦ୍ୟାଳୟ କାଶିଆଡିହିର ପ୍ରଧାନଶିକ୍ଷକ ପୁଷ୍ପାଞ୍ଜଳି ଦଳେଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

four × 1 =