ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନର ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ !

ଢ଼େଙ୍କାନାଳ : ରାସୋଳ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନର ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ସଂଗଠନ ର ସେବକ ବିଶ୍ବଜିତ୍ ସାହୁ ଙ୍କର ସୂଚନା ପ୍ରାପ୍ତ ଅନୁଯାୟୀ ସାତମାଇଲ ଛକ ଠାରେ ଜନୈକ ବୃଦ୍ଧ ବ୍ଯକ୍ତି ଯାହାଙ୍କ ନାମ ସୁଦାମ ସାହୁ(୫୫),ଗ୍ରାମ ଓଉଖୁମା,ପଞ୍ଚାୟତ ଚନ୍ଦ୍ର ଶେଖର ପ୍ରସାଦ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡ଼ରେ ପଡିଥିଲେ।

ସଭାପତି ବିଭୁପ୍ରସାଦ ଶତପଥୀ ଙ୍କ ର ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣା ଗ୍ରସ୍ତ ସୁଦାମ ସାହୁ ଙ୍କୁ ବିଶ୍ବଜିତ୍ ଏବଂ ତାଙ୍କ ସାଥୀ ବିଶ୍ବ ରଞ୍ଜନ ଙ୍କ ସହାୟତା ରେ ଅଟୋ ଯୋଗେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟାନିଧି ପୃଷ୍ଟି ଙ୍କର ନିରୀକ୍ଷଣ ପରେ ସେବିକା ମମତା ଙ୍କ ଦ୍ଵାରା ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ସହିତ ଔଷଧ ପ୍ରଦାନ କରାଗଲା।

ଦୁର୍ଘଟଣା ଗ୍ରସ୍ତ ସୁଦାମ ସାହୁ ଙ୍କ ପାଖରେ କୌଣସି ଯୋଗାଯୋଗ ନମ୍ବର ନଥିବାବେଳେ ଡା:ଦୟାନିଧି ପୃଷ୍ଟି ଙ୍କ ବନ୍ଧୁ ଓଉଖୁମା ସ୍ଥିତ ପ୍ରଦୀପ ଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କ ଘରକୁ ଖବର ଦିଆଯାଇଥିଲା।ତାଙ୍କ ଘର ଲୋକ ଆସି ନେବା ପର୍ଯ୍ୟନ୍ତ ସଂଗଠନ ର ସେବିକା ମମତା ଏବଂ ତାଙ୍କ ସହ ଆସିଥିବା ଜଣେ ବ୍ୟକ୍ତି ତାଙ୍କ ପାଖରେ ଉପସ୍ଥିତ ଥିଲେ ।

ପ୍ରାୟ ୩୦ ମିନିଟ୍ ର ଅପେକ୍ଷା ପରେ ତାଙ୍କ ପୁତୁରା ପ୍ରଶାନ୍ତ କୁମାର ସାହୁ ଆସି ପହଞ୍ଚିଥିଲେ ଏବଂ ତାଙ୍କୁ ସଭାପତି ବିଭୁପ୍ରସାଦ ଶତପଥୀ ଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଗଲା। ଏତାଦୃଶ ସେବା କାର୍ଯ୍ୟ ପାଇଁ ତାଙ୍କ ପୁତୁରା ପ୍ରଶାନ୍ତ କୁମାର ସାହୁ ସଂଗଠନ କୁ  ଧନ୍ଯବାଦ୍ ଜ୍ଞାପନ କରିବା ସହ ସଂଗଠନ ର ଏଭଳି ମହାନ୍ କାର୍ଯ୍ୟ କୁ ପ୍ରଶଂସା ମଧ୍ୟ କରିଛନ୍ତି।

 

Leave A Reply

Your email address will not be published.

four × four =