ଢ଼େଙ୍କାନାଳ : ଜିଲ୍ଲା କାର୍ୟାଳୟ ସଦଭାବନା ଗୃହରେ ଏକ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲାରେ ଲିଙ୍ଗଗତ ଅନୁପାତ ହାର ଅତିଉଦବେଗଜନକ। ପ୍ରତି୧୦୦୦ ପୁଅରେ ଏଠାରେ ଝିଅ ସଂଖ୍ୟା ୯୩୮। ଏହା ସତ୍ତ୍ୱେ ଜିଲାରେ ଲିଙ୍ଗ ନିରୂପଣ, ଭୃଣ ଭଳିଘୃଣ୍ୟ ଘଟଣା ଘଟୁଛି। ଏଭଳି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବା ଲାଗି ଜିଲାପାଳ ସରୋଜ କୁମାର ସେଠୀ ଅଲଟ୍ରାସାଉଣ୍ଡ କ୍ଲିନିକ୍ ମାଲିକ, ନର୍ସିଂହୋମ ମାଲିକଙ୍କୁ ତାଗିଦା କରିଛନ୍ତି ।
ଝିଅଙ୍କ ଅନୁପାତ ୯୭୦କୁ ବୃଦ୍ଧିକରିବା ଦିଗରେ ସମସ୍ତେ ଯତ୍ନବାନ ହେବା, ଅର୍ଥ ପଛରେ ନ ଗୋଡ଼ାଇ ବିବେକବାନ ହୋଇ ଭ୍ରୂଣ ହତ୍ୟା ଭଳି ଅପରାଧ ନ କରିବା ପାଇଁ ସେ ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି । ଜିଲା କାଯ୍ୟାଳୟ ର୍ ସଦଭାବନା ଗୃହରେ ଅପରାହ୍ନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲାପାଳ ସୂଚନା ଦେଇ କହିଲେ , ପ୍ରଶାସନ ଏବଂ ପୋଲିସର ଏକ ମିଳିତ ଟିମ୍ ଜିଲାର ଅଲଟ୍ରାସାଉଣ୍ଡ୍ କ୍ଲିନିକ ଗୁଡ଼ିକୁ ଯାଞ୍ଚ କରିବେ। ବେଆଇନ କାର୍ଯ୍ୟ ହେଉଥିବା ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭ୍ରୂଣ ପରୀକ୍ଷା ହେଉଥିବା ସୂଚନା ଦେଲେ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବା ସହ ତାଙ୍କୁ ୨୫ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲିଜିଲାପାଳ କହିଛନ୍ତି ।
ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଶୋକକୁମାରଦାଶ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲାର ସମସ୍ତ ୧୮ କ୍ଲିନିକ୍ର ମାଲିକ ଉପସ୍ଥିତଥିଲେ। ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଓଡ଼ାପଡ଼ା ବ୍ଲକ ଇନ୍ଦିପୁର କଟାପୋଖରୀରୁ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ ଠାବ କରାଯାଇଥିଲା। ଏହାର ଦୁଇଦିନ ପରେ କାମାକ୍ଷାନଗର ବ୍ଲକ ଅଞ୍ଚଳରୁଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଜବତ ହୋଇଥିଲା ଯାହା ଚିନ୍ତା ଜନକ ।