ଢେଙ୍କାନାଳ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପିର ନିଷ୍ପତିକ୍ରମେ ଆଜି ଢେଙ୍କାନାଳ ବିଧାନସଭା ସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଏବଂ ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଲୋକସଭା କ୍ଷେତ୍ରର ସଂଯୋଜକ ପ୍ରେମାନନ୍ଦ ଜେନା ପ୍ରମୁଖ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ଯୋଜନା ଉପରେ ବିଷଦ୍ଭାବେ ଆଲୋଚନା କରିବା ସହ ମୋଦିଙ୍କ ଦ୍ୱାରା ପ୍ରାୟ ପ୍ରଯୋଜିତ ସମସ୍ତ ଜନହୀତକାର ଯୋଜନାଗୁଡିକ ଘରେ ଘରେ ପହଞ୍ଚଇ ନସାଧାରଣଙ୍କର ନିକଟତର ହେବା ସହ ସେମାନଙ୍କର ସମସ୍ୟା ସହିତ ନିଜକୁ ସାମିଲ୍ କରି ତୃଣମୂଳ ସ୍ତରରୁ ସଙ୍ଗଠନକୁ ଏବେ ଠାରୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ ।
ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେବା ସହ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା ଉକ୍ତ ପ୍ରଶିକ୍ଷଣ ଶିବିରକୁ ସଂଯୋଜନା କରିଥିବାସ୍ଥଳେ ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ନଗରପାଳ ତଥା ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ସନାତନ ବେହେରା, ଭାରତୀ ସ୍ୱାଇଁ ଅନ୍ୟତମ ଅତିଥି ଭାବେ ମଂଚାସୀନ ଥିଲେ ।
ଉକ୍ତ ଶିବିରରେ ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଧୃବଚରଣ ରାଉତ, କ୍ଷେତ୍ରବାସୀ ସାହୁ, ଲଳିତ ଦାସ, ଶୈଳେନ୍ଦ୍ର ସିଂ, ପ୍ରତିଶ୍ୱରୀ ପ୍ରଧାନ, ସରପଂଚ ମାନଭଞ୍ଜନ ମହାନ୍ତି, ଅଜୟ ମହାନ୍ତି, ରୁଦ୍ର ପଟ୍ଟନାୟକ, ସମିତିସଭ୍ୟ ଶତୃଘନ ରାଉତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି, ପ୍ରଭାରୀ, ସହପ୍ରଭାରୀ, କାଉନ୍ସିଲର ନିରୋଦ କୁମାର ସାହୁ, ପ୍ରତାପ କୁମାର ନାୟକ, ସୂର୍ଯ୍ୟପ୍ରତାପ ରାଉତ, ଲକ୍ଷ୍ମୀପ୍ରିୟା ଦଳେଇ, ବଳରାମ ସେଠୀ, ସୁମିତ୍ରା ମଲ୍ଲିକ ସମେତ ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।