ରୟାଲ୍ ପବ୍ଲିକ୍ ସ୍କୁଲ୍‌ରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ସହର ନିକଟସ୍ଥ ରଞ୍ଜା କଳାପାଣିଠାରେ ଥିବା ରୟାଲ୍ ଇଂଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍‌ରେ ଢେଙ୍କାନାଳ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ପରୀକ୍ଷଣ ଶିବିରକୁ ବିଦ୍ୟାଳୟର ନିର୍ଦ୍ଦେଶକ ସରୋଜକାନ୍ତ ଦାଶ ଉଦ୍‌ଘାଟନ କରି ଚକ୍ଷୁର ଯତ୍ନ ବିଷୟରେ ଆଲୋକପାତ କରିବା ସହ ନିରାମୟ ଦୃଷ୍ଟିଶକ୍ତି ନିମନ୍ତେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଚକ୍ଷୁ ପରୀକ୍ଷଣ ଶିବିରରେ ବିଦ୍ୟାଳୟର ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କର ଅତ୍ୟାଧୁନିକ ପଦ୍ଧତିରେ ଚକ୍ଷୁ ପରୀକ୍ଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରିନ୍‌ସିପାଲ୍ ଅନିଲ୍ କୁମାର ନାୟକ ଓ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

ଏହି ଅବସରରେ ପ୍ରିନ୍‌ସିପାଲ୍ ଶ୍ରୀ ନାୟକ ଚକ୍ଷୁ ଚିକିତ୍ସାଳୟ କର୍ମକର୍ତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରୀକ୍ଷଣ ଶିବିରକୁ ଛାତ୍ରଛାତ୍ରୀମାନେ ଉପକୃତ ହୋଇଥିବାରୁ ଅଭିଭାବକମାନେ ଖୁସିବ୍ୟକ୍ତ କରିଛନ୍ତି । ଆଗକୁ ଏହିଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ପରିଚାଳକ ନେତ୍ରଜ୍ୟୋତି ମହାନ୍ତି କହିଛନ୍ତି ।

Leave A Reply

Your email address will not be published.

18 − 17 =