ଭୁବନ ; ଐତିହାସିକ ବଳଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ !

ଢ଼େଙ୍କାନାଳ : ଭୁବନ ଐତିହାସିକ ,ପାରମ୍ପରିକ ତଥା ଶହେ ବର୍ଷର ପ୍ରସିଦ୍ଧ ଦଶହରା ବଳଦଯାତ୍ରା ଓ
ଶାରଦୀୟ ଦୁର୍ଗାପୂଜା ପାଳନ ପାଇଁ ଆଜି ଅପରାହ୍ନରେ ଏନଏସି ସଦଭାବନା ଗୃହ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଶାନ୍ତି କମିଟି ମୁଖ୍ୟ ତଥା ସହର ସଂଗଠନ ସଭାପତି ବାସୁଦେବ ବେହେରା , ତହସିଲଦାର ରୋଜାଲିନ ବେହେରା , ଏସଡିପିଓ ରଞ୍ଜନ କୁମାର ଦେ , ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ , ବିଡିଓ କଲ୍ୟାଣ ସୌରଭ ଦାସ , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ଏସ ଆଇ ଅନୁରାଗ ମଲିକ , ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ , ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି , ନିରଞ୍ଜନ ଗୁରୁ , ନିରଞ୍ଜନ ପୃଷ୍ଟି , କାଉନସିଲର ପପୁ ସାହୁ , ମନମୋହନ ସାହୁ ଓ ଦୁର୍ଗାପୂଜା , ବଳଦିଆ କମିଟି ସଦସ୍ୟ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।

ଭସାଣି ଯାତ୍ରା ସଂଧ୍ୟା ୭ ଘଟିକାରୁ ଆରମ୍ଭ ହେବ , ଭସାଣି ରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ କୁ ଅନୁମତି ଦିଆଯିବା ସହିତ ସାଉଣ୍ଡ ୬୫ ଡେସିବିଲ ରୁ ଅଧିକା ହେବନାହିଁ ଓ ଶୋଭାଯାତ୍ରାରେ ସମୁଦାୟ ୬ ଟି ଟ୍ରଲିକୁ ଅନୁମତି ଦିଆଯିବ । ଏଥିରେ ଖିଲାପ କଲେ କିମ୍ବା ଅଯଥା ବିଳମ୍ବ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀଯୁକ୍ତ ଦେ ତାଗିଦ କରିଥିଲେ ।

Leave A Reply

Your email address will not be published.

five × 2 =