ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ‘ସମାଜ ସେବା’ ଅନ୍ୟକୁ ସେବା ଦେବା ସହ ନିଜକୁ ଜଣେ ସଫଳ ବ୍ୟକ୍ତି ଭାବେ ପ୍ରସ୍ତୁତ କରିବାର ମାଧ୍ୟମ ହେଉ । ଯାହା ଦ୍ୱାରା ରାଷ୍ଟ୍ରର ଉନ୍ନତି ହୋଇପାରିବ ଓ ସମାଜରେ ଉତମ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରୋଗ୍ରାମ ଅଫିସର ନିରଞ୍ଜନ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନସିସି ଅଫିସର ଲେପ୍ଟନାଣ୍ଟ ପ୍ରମିଳା ଦାସ , ପ୍ରୋଗ୍ରାମ ଅଫିସର ପ୍ରଶାନ୍ତ ରାଉତରାୟ , ନମିତା ଦ୍ୱିବେଦୀ, ସଙ୍ଗୀତ ନନ୍ଦ , ସ୍ମୃତିରେଖା ସାହୁ ପ୍ରମୁଖ ଉପସ୍ଥିତ ରହି ଏନଏସଏସ ର ଲକ୍ଷ୍ୟ ,ଆଦର୍ଶ , ଇତିହାସ ଓ ଆମର ଦାୟିତ୍ୱ ସଂପର୍କରେ ମାର୍ଗଦର୍ଶନ କରିଥିଲେ । ଏନସିସି, ଏନଏସଏସ , ୟୁଥ ରେଡ କ୍ରସ , ରେଞ୍ଜର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।