ଢ଼େଙ୍କାନାଳ : ଭୁବନ ଏନଏସି ତରଫରୁ ସଦଭାବନା ଗୃହ ଠାରେ ସ୍ୱଚ୍ଛ ଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯେଗଦେଇ ସହରକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ପରିଷଦର ସମସ୍ତ ୱାର୍ଡ ମଧ୍ୟରେ ସ୍ୱଚ୍ଛସାଥୀ ମାନଙ୍କ କର୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱଚ୍ଛସାଥୀ ମାନେ ଦୈନିକପ୍ରତ୍ୟେକ ଗୃହରୁ ଶୁଖିଲା , ଓଦା ବର୍ଜ୍ୟ ଅଲଗା ସଂଗ୍ରହ କରି ଅଳିଆ ଗାଡିରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ବର୍ଜ୍ୟ ବସ୍ତୁ ଦ୍ୱାରା ଏନଏସିରେ ଥିବା ଦୁଇଟି ସମ୍ପଦ ରୁ ଜୈବିକ ଖତ ପ୍ରସ୍ତୁତ ହୋଇ ବିକ୍ରି କରାଯିବ ବୋଲି କହିଥିଲେ । ପ୍ରତ୍ୟେକ ୱାର୍ଡର ପରିମଳ ବ୍ୟବସ୍ଥା ଓ ସଂଧ୍ୟାରେ ଆଲୋକ ବ୍ୟବସ୍ଥା ସହିତ ୟୁଜର୍ସ ଫି ଆଦାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସାନିଟାରୀ ଇନ୍ସପେକ୍ଟର ଆକାଶ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର , ସ୍ୱଚ୍ଛସାଥୀ, ସୁପର ଭାଇଜର ଓ ସ୍ୱଚ୍ଛକର୍ମୀ ଯୋଗଦେଇଥିଲେ ।