ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଫାଉଣ୍ଡେସନର ଗୁରୁକୁଳ ପ୍ରଶିକ୍ଷଣ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହରର ୮ ନମ୍ୱର ୱାର୍ଡ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଦିବସୀୟ ସମରକଳା ତଥା ଆତ୍ମରକ୍ଷା କଳା କୌଶଳର ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଗୁରୁଦେବଜି ଗୁରୁକୁଳର ପ୍ରତିଷ୍ଠାତା ତଥା ଆମେଚେର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ୨୪୮ ଛାତ୍ରଛାତ୍ରୀଙ୍କୁ ଶାରୀରିକ ବ୍ୟାୟାମ, ତାଇକୋଣ୍ଡୋ କୌଶଳ, ଆତ୍ମରକ୍ଷା କୌଶଳ ସହ ମାନସିକ ବିକାଶାତ୍ମକ ଶିକ୍ଷା ପ୍ରଦାନ କରିଥିଲେ ।
ଏହା ସହ ସଂସ୍କାର, ସମ୍ମାନ, ଆତ୍ମବିଶ୍ୱାସ, ଆତ୍ମରକ୍ଷା କୌଶଳ ଓ ତାଇକୋଣ୍ଡୋ ଖେଳର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ । ଉକ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରମଣୀ ବରିହା ଯୋଗ ଦେଇ ଏହି ମିଶନ ସୁରକ୍ଷାର ଲକ୍ଷ୍ୟ ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ଭଳି ଜୀବନ ରକ୍ଷା ନିମନ୍ତେ ସେବାକୁ ବ୍ରତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।
ଉକ୍ତ ଶିବିରରେ ଆଦର୍ଶ ବିଦ୍ୟାଳର ଶିକ୍ଷୟିତ୍ରୀ ଅମିତା ମହାନ୍ତି, ବିକ୍ଷିପ୍ତା ସ୍ୱାଇଁ, ମିନତୀ ମହାନ୍ତି, ଆରତୀ ବେହେରା, ଶିକ୍ଷକ ବିଶ୍ୱଜିତ ଦାଶ, ସୁବାଷ ଚନ୍ଦ୍ର ବେହେରା, ସୌମ୍ୟ ରଞ୍ଜନ ନାୟକ ସହଯୋଗ କରିଥିବା ବେଳେ ଗୁରୁଦେବଜୀ ଗୁରୁକୁଳର ଛାତ୍ରୀ ଜାଜ୍ଞାଶ୍ରୀ ଶତପଥୀ, ଚାହାତ ରାଉତ, ଗାୟତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ।