ସ୍ଵାଧୀନତା ୭୫ବର୍ଷ ପରେ ବି ବିକାଶ ଠୁ ଅନେକ ଦୂରରେ ସିଆରଦୋଳି ଗାଁ !

ଢ଼େଙ୍କାନାଳ : ସ୍ଵାଧୀନତା ୭୫ବର୍ଷ ପରେ ବି ବିକାଶ ଠୁ ଅନେକ ଦୂରରେ ସିଆରଦୋଳି ଗାଁ । ଏବେ ବି ପହଞ୍ଚି ପାରିନି ଗ୍ରାମାଞ୍ଚଳରେ ବିକାଶର ଛାଇ ।ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିଆରି ହୋଇନି ରାସ୍ତା ।ଶିକ୍ଷା, ସ୍ୱାସ୍ଥ୍ୟ,ପାଣି,ବିଦ୍ୟୁତ ଓ ଗମନାଗମନ ରୁ ବଞ୍ଚିତ ଏହି ଗାଁ ।ଗ୍ରାମରେ ବିକାଶ ତଥା ଗମନାଗମନ ର ସୁବିଧା ନଥିବାରୁ ବାଧ୍ଯ ହୋଇ ଗାଁ ଛାଡ଼ୁଛନ୍ତି ଗ୍ରାମବାସୀ ।

ଏଭଳି ଏକ ଗାଁ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ସୁରପ୍ରତାପପୁର ପଞ୍ଚାୟତ ସିଆରଦୋଳି ଗାଁ।ଭୁବନ ବ୍ଲକ ପଞ୍ଚାୟତ ସମିତି ଠାରୁ ୧୭ କିଲୋମିଟର ଓ କାମାକ୍ଷନଗର ସଦର ମହକୁମା ଠାରୁ ୨୮ କିଲୋମିଟର ସୁରପ୍ରତାପପୁର ପଞ୍ଚାୟତ ଠାରୁ ୩କିଲୋମିଟର ହେବ । ଗାଁ କହିଲେ ୧୨ ରୁ୧୩ ପରିବାର ବିଶିଷ୍ଟ ହେବେ ପୁଅ ଭାଇ କରି ୧୫୦ ଲୋକ ହେବେ ।ସୁରପ୍ରତାପପୁର ରୁ ପଞ୍ଚାୟତ ସିଆରଦୋଳି ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଜାମୁନାକୋଟ ପଞ୍ଚାୟତର କୃଷ୍ଣପୁର ଗ୍ରାମରୁ ସିଆରଦୋଳି ଗ୍ରାମକୁ ରାସ୍ତାଟି ୫ଶହ ମିଟର ଦୂର ହେଉଥିବାରୁ ଏହି ରାସ୍ତା ଦେଇ ଦୈନଦିନ ଜୀବନ ରେ ନିର୍ଭର କରିଥାନ୍ତି I

ଏହି ୫ଶହ ମିଟର ରାସ୍ତା ନକହିବା ଟା ଆହୁରି ଭଲ ।ଏହି ରାସ୍ତା ଦେଇ କୋମଳମତି ଶିଶୁ ଗ୍ରାମରେ ଥିବା ଅଙ୍ଗନୱାଡି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢିବା ପାଇଁ ଜା ଆସ କରୁଥିବା ବେଳେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଦୈନଦିନ ଜୀବନ ନିର୍ବାହପାଇଁ ସୁରପ୍ରତାପପୁର ଗ୍ରାମଉପରେ ନିର୍ଭର କରନ୍ତି ।ଏହି ଗ୍ରାମବାସୀ ସେହି ରାସ୍ତା ପୁଣି ଅତି ଶୋଚନୀୟ ।ଏବେ ବର୍ଷା ଦିନ ହୋଇଥିବାରୁ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ଗ୍ରାମବାସୀ । ରାସ୍ତା ଦେଇ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପହଞ୍ଚିବା ସାତସପନ ପାଲଟିଛି ।

ପାନୀୟଜଳ ବ୍ୟବସ୍ଥା କିଛି ନଥିବା ବେଳେ ନଦୀରୁ ପାଣି ଆଣି ବ୍ୟବହାର କରିଥାନ୍ତି Iପାଖା ପାଖି ଦୁଇ ବର୍ଷ ତଳେ ନଳକୂପ ରେ ସରକାର ସୋଲାର ପ୍ରକଳ୍ପ ବ୍ୟବସ୍ଥା କରିଥିବା ବେଳେ ତାହା ଛଅ ମାସେ ହେବ ଅଚଳ ହୋଇପଡ଼ିଛି I ବୋଝ ଉପରେ ନଳିତା ବିଡା ସଦୃଶ ପରି ପାନୀୟଜଳ ସଙ୍କଟ ଠାରୁ ରାସ୍ତା ସମସ୍ୟା ବଳି ଯାଉଛି I ଦୈନଦିନ ସମସ୍ୟ ଭିତରେ ଘାଣ୍ଟି ହେଉଥିବା ରୁ ବାଧ୍ୟ ହୋଇ ଗାଁ ଛାଡି ଅନ୍ୟତ୍ର ଉଠି ଯାଉଛନ୍ତି I

ନିର୍ବାଚନ ଆସିଲେ ନେତା ମାନେ ଚାଲି ଚାଲି ଆସନ୍ତି ପ୍ରତିଶ୍ରୁତି ଦେଇ ଯାନ୍ତି ଆଉ ଦେଖା ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ I ସରକାର ଙ୍କ ମାଳ ମାଳ ଯୋଜନା ସତ୍ତ୍ୱେବି କାହିଁକି ଏଠି ଅପହଞ୍ଚ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I ଖୁବ୍ ଶିଘ୍ର ସରକାର ଏହି ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରିବା ସହ ପାନୀୟଜଳ ର ସୁବିଧା ଆବଶ୍ୟକ ବୋଲି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.

one × four =