ଢ଼େଙ୍କାନାଳ : ‘ଇଚ ୱାନ ଟିଚ ୱାନ’ କାର୍ଯ୍ୟକ୍ରମ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଉଥିବା ବେଳେ ୫୦ବର୍ଷ ପୁରୁଣା ପ୍ରାଥମିକ ବିଦ୍ୟାଳୟକୁ ଉପସ୍ଥାନ କମ ଥିବା ଦର୍ଶାଇ ବନ୍ଦ କରିଦିଆଯାଇଛି।
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ପଞ୍ଚାୟତ ଅଧୀନ ବରଷଘରିଆ ଗ୍ରାମର ୫୦ବର୍ଷ ପୁରୁଣା ପ୍ରାଥମିକ ବିଦ୍ୟାଳୟକୁ ଉପସ୍ଥାନ କମ୍ ଥିବା ଦର୍ଶାଇ ବନ୍ଦ କରିଦିଆ ଯାଇଛି। ଏହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟ ବନ୍ଦ ପରେ ଛୋଟ ଛୋଟ ପିଲାଙ୍କ ସମସ୍ୟା ବଢ଼ିଛି। ସେମାନଙ୍କୁ ଗ୍ରାମଠାରୁ ୨ କିଲୋ ମିଟର ଦୂର ଅନ୍ୟ ଏକ ସ୍କୁଲ ଯିବାକୁ ପଡୁଛି । ତେଣୁ ଗ୍ରାମର ଉକ୍ତ ପୁରୁଣା ବିଦ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଅଭିଭାବକ ଦାବିକରିଛନ୍ତି।
ଅଭିଯୋଗ ମୁତାବକ , କରୋନା ମହାମାରୀ ପୂର୍ବରୁ ଅଥାର୍ତ ୨୦୧୯ରେ ଉପସ୍ଥାନ କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି। ଛୋଟ ଛୋଟ ପିଲାମାନେ ୨ କିଲୋମିଟର ଚାଲିଚାଲି ନିକଟବର୍ତ୍ତି ସ୍କୁଲକୁ ପଢିବା ପାଇଁ ଯାଉଛନ୍ତି। ତେଣୁ ପୁନବାର୍ର ଉକ୍ତ ସ୍କୁଲକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସ୍କୁଲ ଖୋଲିଲେ ଅଞ୍ଚଳର ୪୦ ଜଣ ପିଲା ଉପକୃତ ହେବେ। ପିଲାଙ୍କୁ ନିୟମିତ ବିଦ୍ୟାଳୟ ଛାଡ଼ିବାକୁ ସେମାନଙ୍କ ଅଭିଭାବକ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ନଜରରେ ରଖି ବିଦ୍ୟାଳୟ କୁ ବିଦ୍ୟାଳୟ କୁ ପୁନର୍ବାର ଖୋଲିବା ଦିଗରେ ପଦକ୍ଷପ ନେବାକୁ ସରପଞ୍ଚ ମଧ୍ଯ ଅନୁରୋଧ କରିଛନ୍ତି ।