ଢେଙ୍କନାଳ : ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ଚାଲିଶ ଟନ ରୁ ଉର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି ।
ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ଭୁବନ ଅଞ୍ଚଳ ୧୦ଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଛି ।
ତାଳଚେର ଖଣି କାର୍ଯ୍ୟାଳୟ ଅଧୀନ ରେ ରହିଥିବା ଏହି କୋଇଲା ଡିପୋ ଗୁଡିକୁ ସୁରକ୍ଷା ଯୋଗାଉଛି କିଏ ? ଜାତୀୟ ରାଜପଥ ୫୩ର ମଠକରଗୋଳା ଆଦିପୁରା, ଶାମଳ ଭୁବନର ନୂଆଭୁବନ, ଭଦଳିଆପସି, ନଟାକଟା , ଛାଟଖମ୍ବ , ଗମରଗୋଳ ଆଦିସ୍ଥାନ ରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର , କଳିଙ୍ଗ ନଗର ଯାଉଥିବା ଟ୍ରକ ରୁ ସାଧାରଣତଃ ଅନଲୋଡ଼ ହୋଇଥାଏ । ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନ କୁ ଟ୍ରକ ଟ୍ରାକ୍ଟର ଯୋଗେ ପଠାଯାଇଥାଏ।
ଚନ୍ଦାର ଠାରେ ଠାବ କରାଯାଇଥିବା କୋଇଲା ର ଟ୍ରକ କାଦୁଆ ମାଟିରେ ପଶି ଯିବାରୁ ଟ୍ରକ ଆଗକୁ ଯାଇପାରିନଥିଲା ଫଳରେ ରାତାରାତି କୋଇଲା କୁ ଅନଲୋଡ କରାଯାଇ ଟ୍ରକ କୁ ଲୁଚାଇ ରଖାଯାଇଥିବାରୁ କୋଇଲା ର ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି । ଭୁବନ ପୋଲିସ କୋଇଲା କୁ ଜବତ କରି ଖଣି ବିଭାଗ କୁ ସୁଚନା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।