“ବୁଦ୍ଧିକୁ ତାରିଫ ”

ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ,
ବରିଷ୍ଠ ଆଇନଜୀବୀ,ଢେଙ୍କାନାଳଙ୍କ ସାମାଜିକ ଗଣମାଧ୍ୟମରୁ ଉଦ୍ଧୃତ…

ନିକଟରେ ଦିନେ ରାତିରେ କୁକୁର ମୋର ପଟେ ଚମଡା ଜୋତା ନେଇ ପଳାଇଲା ତଡ଼ିକାରୀ ମଧ୍ୟ ପାଇଲିନି ସକାଳେ ମଧ୍ୟ ସାଇ ପିଲାଙ୍କୁ ଡାକି କହିଲି ଯିଏ ମୋ ଜୋତା ପାଇଦେବ ସେ ଶହେଟଙ୍କା ପାଇବ ପିଲାଟିଏ ଆସି କହିଲା କେମିତି ଜୋତା ଦେଖାନ୍ତୁ ମୁଁ ତାକୁ ଆର ପଟ ଦେଖାଇଲି ପ୍ରାୟ ଅଧଘଣ୍ଟା ପରେ ମୁଁ ବାହାରୁ ଘରକୁ ଫେରିଲା ବେଳେ ସେ କହିଲା ଆପଣଙ୍କ ଜୋତା ଏହି ନାଳ ରେ ପଡିଛି ମୁଁ ଦେଖି ଖୁସି ହେଲି ଓ ଶହେ ଟଙ୍କା ଦେଇ ଜୋତା ଧରି ବଡ଼ ପାଟି କରି ଧର୍ମପତ୍ନୀଙ୍କୁ ପାଟିକରି କହିଲି ଜୋତା ମିଳିଗଲା ସେ ବହୁତ ମନସ୍ତାପ ରେ ଥିଲେ ସେ ପାଟିକରି କହିଲେ କାହିଁ ସେହି ଜୋତା ପଟ ତ ନାହିଁ ମୋ ମୁହଁ ଶୁଖିଗଲା ବୋଧେ ସେ ପିଲା ଥିବା ଜୋତାଟି ନେଇଯାଇ ପୁଣି ଫେରାଇ ଟଙ୍କା ନେଇଗଲା ଘରେ କହିଲେ ଧନ୍ୟ ଓକିଲ ତୁମକୁ ଛୁଆଟେ ଠକିଦେଲା ମୁଁ କି ଛାଡେ ଯାଇ ପିଲାର ବାପାକୁ କହିଲି ସେ ରାଗିଯାଇ ପିଲାକୁ ଡାକି ମୋ ଆଗରେ ପଚାରିଲା ଫେରା ଟଙ୍କା ପିଲା ଚୁପ ରହିଲା ପୁଣି କହିଲା ଟଙ୍କା ଖର୍ଚ୍ଚ ହୋଇ ଯାଇଛି ସେ ଗୋଟିଏ ଛତା କିଣିଛି ସ୍କୁଲ ଜୀବନ ପାଇଁ ମୁଁ ଖୁସି ହୋଇଗଲି ପିଲାର ଛତା କିଣା କୁ ପସନ୍ଦ କଲି ଓ ଭବିଷ୍ୟତ ରେ ଏଭଳି ମିଛ ନକହିବାକୁ ସତର୍କ କଲି କିନ୍ତୁ ମନେ ମନେ ବୁଦ୍ଧିକୁ ତାରିଫ ନକରି ରହିପାରିଲିନି ।

ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ,
ବରିଷ୍ଠ ଆଇନଜୀବୀ,ଢେଙ୍କାନାଳ

Leave A Reply

Your email address will not be published.

3 × 5 =