ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗରେ ଢେଙ୍କାନାଳ ବିଜେପିର ଶୋକ !

ଢେଙ୍କାନାଳ : ଓଡିଶା ବିଧାନସଭାର ବିରୋଧି ଦଳ ଉପନେତା ବିଜେପିର ବରିଷ୍ଠ ନେତା ତଥା ଧାମ୍‌ନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗରେ ଢେଙ୍କାନାଳ ଜିଲ୍ଲା ବିଜେପି ଗଭୀର ଶୋକ ପ୍ରକଟ କରିଛି ।

ସ୍ୱର୍ଗତ ସେଠୀ ୨୦୦୪ରେ ପ୍ରଥମଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ୨୦୧୯ରେ ଦ୍ୱିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିରୋଧି ଦଳ ଉପନେତା ଭାବେ ବିଧାନସଭାରେ ଶାଣିତ ସ୍ୱରରେ ସୂଚାରୁ ରୂପେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିପାରୁଥିଲେ । ଜଣେ ଦକ୍ଷ ରାଜନେତା, ସୁବକ୍ତା, ଦୃଢ ସଙ୍ଗଠକ, ସୁସାହିତ୍ୟିକ ଓ କବି ଭାବେ ସେ ବେଶ ପରିଚିତ ଥିଲେ । ସେ ଜଣେ ମିଷ୍ଟଭାଷୀ, ସ୍ନେହୀ, ମେଳାପି ଓ ଆମାୟିକ ବ୍ୟକ୍ତି ଥିଲେ ।

ଦୀର୍ଘ ୧ ମାସ ଧରି ଅସୁସ୍ଥତା ହେତୁ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବାବେଳେ ୬୧ ବର୍ଷ ବୟସରେ ଆଜି ତାଙ୍କର ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ସେଠୀଙ୍କ ବିୟୋଗରେ ଢେଙ୍କାନାଳ ବିଜେପିର ବରିଷ୍ଠ ନେତା ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘନ ଜେନା, ନିରୋଜ ନଳିନୀ ମହାଳିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଅନୁଗୁଳ-ଢେଙ୍କାନାଳ ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ଜେନା, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ବିଷ୍ଣୁ ପ୍ରସାଦ ଲେଙ୍କା, ସନାତନ ବେହେରା, ଭାରତୀ ସ୍ୱାଇଁ, ଇତିଶ୍ରୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ, ରାସବିହାରୀ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ସଂଖ୍ୟାଲଘୁ ଜିଲ୍ଲା ସଭାପତି ଶେକ୍ ସଲ୍ଲାଉଦ୍ଦିନ୍‌, ବରିଷ୍ଠ ନେତା ପବିତ୍ର ବିଶ୍ୱାଳ, ପ୍ରମୋଦ ନନ୍ଦ ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହ ତାଙ୍କ ଅମର ଆମାôର ସଦ୍‌ଗତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏହି ଦୁର୍ଦ୍ଦିନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ତାଙ୍କର ବିୟୋଗ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

14 − eleven =