ଢ଼େଙ୍କାନାଳ : ବରିଷ୍ଠ ବିଜେପି ନେତା ତଥା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ଆଜି ଭୁବନେଶ୍ଵର ଏମ୍ସ ହସ୍ପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ ଘଟିଥିଲା ।
ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।
ସେ ଏକାଧାରାରେ ଜଣେ ରାଜନେତା, କବି, ଲେଖକ, ସମାଜସେବୀ ,ବାଗ୍ମୀ ବକ୍ତା ଥିଲେ । ତାଙ୍କ ମୃତ୍ୟୁରେ ଘ ଅଞ୍ଚଳରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶୋକସଭା ଓ ଶ୍ରଦ୍ଧାଞ୍ଜଳୀ ସଭାମାନ ଓଡିଶା ବିଜେପି ତରଫରୁ ଆୟୋଜନ କରାଯାଇଛି । ଭୁବନ ନଗର ବିଜେପି ତରଫରୁ ତାଙ୍କ ଆତ୍ମା ର ସତ୍ ଗତି ପାଇଁ ନିରଵ ପ୍ରାର୍ଥନା ସହିତ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା ।
ଏଥିରେ ପୂର୍ବତନ କାଉନସିଲର ମାୟାଧର ଗୁରୁ, ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପୃଷ୍ଟି , ଯୁବମୋର୍ଚ୍ଚା ସଭାପତି ନିର୍ମଳ ଗୁରୁ ,କାଉନସିଲର ମନମୋହନ ସାହୁ , ନଗର ସଭାପତି ଭବାନି ବେହେରା ସମେତ ବହୁ ଯୁବମୋର୍ଚ୍ଚା ସଦସ୍ଯ ଉପସ୍ଥିତ ଥିଲେ ।