ଆସ ସମସ୍ତେ ମିଳି ମିଶି “ବିଜୁ “ଙ୍କ ସ୍ୱପ୍ନ କୁ ସାକାର କରିବା !


୧୯୯୭ ମସିହା ଏପ୍ରିଲ ୧୭ତାରିଖ ରେ ଭାରତ ବର୍ଷ ର ଅଦ୍ୱିତିୟ ଜନ ନେତା ଓ ନୂତନ ଓଡିଶା ର ନିର୍ମାତା ପୁର୍ବତନ ମୁଖ୍ୟମନ୍ତ୍ରୀ “ବିଜୁ ପଟନାୟକ ” ଙ୍କ ଦେହାନ୍ତ ହେଲା । ସେତେବେଳେ ବିଜୁ ବାବୁ ଙ୍କ ଦେହାନ୍ତ ରେ ସାରା ଭାରତ ବର୍ଷ ସ୍ତବ୍ଧ ହୋଇ ଯାଇଥିଲା । ସାରା ଭାରତ ବର୍ଷ ର ରାଷ୍ଟ୍ରନେତା ମାନେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ବିଜୁ ବାବୁ ଙ୍କ ଅନ୍ତିମ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ନିକଟ ବେଳାଭୂମି ରେ ଯେଉଁ ବିଶାଳ ଜନ ସମୁଦ୍ର ତାହା କେହି ଆଖିରେ ନଦେଖିଲେ ବିଶ୍ୱାସ କରିବା ସମ୍ଭବ ନୁହେଁ । ବିଜୁ ବାବୁ ଙ୍କ ଦେହାନ୍ତ ପରେ ତାଙ୍କର ଉତ୍ତରାଧିକାରୀ ରୂପେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକ ଙ୍କୁ ସେତେବେଳର ଜନତା ଦଳର ତୁଙ୍ଗ ନେତା ମାନେ ଓଡ଼ିଶାର ରାଜନୀତି କୁ ତାଙ୍କର ଇଛା ବିରୁଦ୍ଧରେ ଆଣିଲେ ବୋଲି କୁହାଯାଏ । ଯାହା ଆଜି ଭୁଲ ବୋଲି ପ୍ରମାଣିତ ହୋଇଛି ।

ବିଜୁ ବାବୁ ଙ୍କ ଦେହାନ୍ତ ପରେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ଉପ ନିର୍ବାଚନ ରେ ନବୀନ ପଟ୍ଟନାୟକ ଜିତିବା ପରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ତାପରେ ତତ୍କାଳୀନ ଜନତା ଦଳ ର ନେତା ଦିଲୀପ ରାୟ, ବିଜୟ ମହାପାତ୍ର ,ରାମକୃଷ୍ଣ ପଟ୍ଟନାୟକ ,ପଞ୍ଚାନନ କାନୁନଗୋ ପ୍ରମୁଖ ଜନତା ଦଳ କୁ ଭାଙ୍ଗି ବିଜେପି ସହ ଗଠ ବନ୍ଧନ କରି “ବିଜୁ ଜନତା ଦଳ ” ତିଆରି କରିବାର ପରିକଳ୍ପନା କରି ୧୯୯୭ମସିହା ଡିସେମ୍ବର ୨୬ତାରିଖରେ ରେ ନୁଆ ଦଳ ଗଠନ କଲେ ଓ ତାର ସଭାପତି ନବୀନ ପଟ୍ଟନାୟକ ଙ୍କୁ କରାଗଲା ।

ଏଥିରେ କିନ୍ତୁ ସେତେବେଳର ଜନତା ଦଳ ର ବରିଷ୍ଠ ନେତା ତଥା ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ସ୍ବର୍ଗତ ଅଶୋକ ଦାସ ସହମତି ପ୍ରକାଶ କରି ନଥିଲେ ଓ ସେ ଜନତା ଦଳ ଭାଙ୍ଗି ଯିବା ପରେ “ଜନତା ଦଳ (ଏସ) ଗଠନ କରି ଥିଲେ । ବିଜୁ ବାବୁ ସେତେବେଳେ ଅଶୋକ ଦାସ ଙ୍କୁ ତାଙ୍କର ନୋମିନି ହିସାବରେ ଜନତା ଦଳ ର ଅଲହାବାଦ ବ୍ୟାଙ୍କ ଆକାଉଣ୍ଟ ରେ ଉତ୍ତରାଧିକାରୀ କରିଥିଲେ । ତାହା ମଧ୍ୟ ଅପରିବର୍ତ୍ତିତ ରହିଥିଲା । କେନ୍ଦ୍ର ରେ ଅଟଳ ବିହାରୀ ବାଜପେୟୀଙ୍କ ଓ ଲାଳକୃଷ୍ନ ଆଡ଼ଭାନୀ ଙ୍କ ସହଯୋଗ ନେଇ ବିଜେପି ସହ ଗଠ ବନ୍ଧନ ସରକାର କରିବା ପାଇଁ “ବିଜୁ ବାବୁ “ଙ୍କ ନାଁ ରେ ନୂଆଦଳ ଗଠନ ହେଲା । ମୁଁ ବ୍ୟକ୍ତିଗତ ଭାବେ ମଧ୍ୟ ତାର ସହଯୋଗୀ ହୋଇ ୨୦୦୦ମସିହାରେ ୧୧୯ -ଗଁ ଦି ଆ ନିର୍ବାଚନ ମଣ୍ଡଳୀରୁ ବିଜେଡି ରୁ ପ୍ରାର୍ଥୀ ହୋଇକରି ବିଜୟ ଲାଭ କରିଥିଲି । ୨୦୦୦ ମସିହା ବିଧାନସଭା ନିର୍ବାଚନରେ ପ୍ରଥମେ ରାଜନୈତିକ ହତ୍ୟା କରାଗଲା ବିଜୁ ଜନତା ଦଳ ଗଠନ ର ବିନ୍ଧାଣି ବିଜୟ ମହାପାତ୍ର ଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କର ଟିକେଟ କାଟି ଦେଇକରି । ରାଜନୀତି ରେ ଅନଭିଜ୍ଞ ନବୀନ ପଟନାୟକ ଙ୍କର ଏହି ନିଷ୍ପତ୍ତି ସାରା ଓଡ଼ିଶାରେ ଚହଳ ପଡି ଯାଇଥିଲା । ସମ୍ଭବତଃ ତାଙ୍କର ମୁଖ୍ୟମନ୍ତ୍ରୀ ପଦ କୁ ନିଷ୍କଣ୍ଟ କ କରିବା ପାଇଁ ତାଙ୍କ ରାଜନୈତିକ ପରାମର୍ଶ ଦାତା ମାନେ ଏ ପରାମର୍ଶ ଦେଇଥିଲେ । “ବିଜୁ ବାବୁ”ତାଙ୍କ ରାଜନୈତିକ ଜୀବନ ଭିତରେ ଏମିତି କାହାକୁ ଧୋକା ଦେଈ ନଥିଲେ ।

ଏଇଠି ବିଜୁ ଆଦର୍ଶ ର ପ୍ରଥମ ଅଧ୍ୟାୟ ଆରମ୍ଭ ହେଲା । ଏବେ ତ ବିଜୁ ଜନତା ଦଳ ତିଆରି କରିଥିବା ନେତା ଙ୍କୁ ଦଳ ରୁ ପର୍ଯ୍ୟୟ କ୍ରମେ ବାହାର କରିଦିଅଗଲା ।ତାପରଠୁ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୨୨ବର୍ଷ ଧରି ବିଜୁ ଜନତା ଦଳ ସରକାର ରେ ଅଛି ।କିନ୍ତୁ ଆଜି ପର୍ଯ୍ୟନ୍ତ ବିଜୁ ଙ୍କ ସ୍ୱପ୍ନ ପୂରଣ ହୋଇ ପାରିନାହିଁ । ବିଗତ ୨୨ବର୍ଷ ଭିତରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ସମୁଦାୟ ୪୪ଟି ମାଗଣା ଖିଆ ଯୋଜନା କରି ସାରିଲେଣି । ବିଜୁ ବାବୁ ତାଙ୍କ ସରକାର ସମୟରେ ଗୋଟିଏ ବି ମାଗଣା ଖିଆ ଯୋଜନା କରିନଥିଲେ । ସମ୍ଭବତଃ ବିଜୁ ବାବୁ ଙ୍କ ର ଏହି ସ୍ୱପ୍ନ ଗୁଡିକ ସେ ନବୀନ ବାବୁ ଙ୍କୁ ତାଙ୍କ ଜୀବଦଶା ରେ କହିଥାଇ ପାରନ୍ତି । ରାଜ୍ୟର ରାଜକୋଷ କୁ ଭୋଟ ଉଦ୍ବେଶ୍ୟ ରେ ବିଜୁ ବାବୁ ବାଣ୍ଟୁ ନଥିଲେ ।ସେ ଚାହୁଁଥିଲେ ଓଡ଼ିଶାର ଯୁବ ଶକ୍ତି ସଶକ୍ତ ହୁଅନ୍ତୁ ଓ ରୋଜଗାର କ୍ଷମ ହୁଅନ୍ତୁ । ଗରିବ ଲୋକ ଙ୍କୁ ସଶକ୍ତ କରିବା ପାଇଁ ୯୦ ଦଶକ ରେ ବିଜୁ ବାବୁ ମୂଲିଆ ମଜୁରୀ ୬ତାଙ୍କର ରୁ ୨୫ ଟଙ୍କା କରି ଦେଇଥିଲେ । ସେତେବେଳେ ରାଜ୍ୟ ବ୍ୟାପି ପ୍ରତିକ୍ରିୟା ଦେଖାଯାଇଥିଲା । ଏବେ ମୂଲିଆ ମଜୁରୀ ୩୦୦ଟଙ୍କା ରୁ ଉପରେ । ବିଜୁ ବାବୁ ଚାହୁଁ ଥିଲେ ଓଡ଼ିଆ ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ନଯାଅନ୍ତୁ । ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ର ବିନିଯୋଗ କରି ଓଡ଼ିଶାରେ ଶିଳ୍ପ ହେଉ ଓ ଓଡ଼ିଆ ଯୁବକ ନିଯୁକ୍ତି ପାଆନ୍ତୁ । ଆଜି କିନ୍ତୁ ଓଡ଼ିଶାରେ ୩୦ଲକ୍ଷ ରୁ ଶିକ୍ଷିତ ବେକାର କର୍ମ ନିଯୁକ୍ତି ଅପେକ୍ଷାରେ । ଇଏ ମଧ୍ୟ ବିଜୁ ବାବୁ ଙ୍କ ସ୍ବପ୍ନରୁ ଗୋଟିଏ । ବିଜୁ ବାବୁ ଅନ୍ୟ ଦଳ କୁ ଭାଙ୍ଗି ନେତା ଆମଦାନୀ କରି ନିଜ ପଦବୀ ବଜାୟ ରଖିବାକୁ ପସନ୍ଦ କରୁନଥିଲେ । ଏବେ ତ ବିଜେଡି ପ୍ରତ୍ୟେକ ଦିନ ଅନ୍ୟ ଦଳ ରୁ ନେତା ଆମଦାନୀ କରି ନିଜର ପଦବୀ ବଜାୟ ରଖିବାକୁ ବ୍ୟସ୍ତ । ଇଏ ମଧ୍ୟ ବିଜୁ ବାବୁ ଙ୍କର ସ୍ୱପ୍ନ ରୁ ଗୋଟିଏ ।

ଓଡ଼ିଶାରେ ଯେତେସରକାରୀ ଉଦ୍ୟୋଗ ରେ କଳ କାରଖାନା ଥିଲା ଆଜିସବୁ ୨୨ବର୍ଷ ଭିତରେ ସବୁ ବନ୍ଦ ହୋଇଯାଇଛି । ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ କୁ ସାଇତି ରଖିବା ପାଇଁ ୨୦୦୦ ମସିହାରେ ପ୍ରତି ବ୍ଲକ ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ନୀତିଗତ ନିଷ୍ପତି ହୋଇଥିଲା । ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହେଲାନାହିଁ ।୨୦ ବର୍ଷ ତଳେ ରାଜ୍ୟର ୩୫ଭାଗ ଚାଷ ଜମି କୁ ଜଳ ସେଚିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହେଲା ନାହିଁ । ଇଏ ମଧ୍ୟ ବିଜୁ ବାବୁ ଙ୍କ ସ୍ୱପ୍ନ ରୁ ଗୋଟିଏ । ବିଜୁ ଜନତା ଦଳ ସରକାର କୁ ଆସିଲା ବେଳକୁ ରାଜ୍ୟ ର ର ଋଣ ଭାର ମାତ୍ର ୧୬୦୦୦କୋଟି ଥିଲା ଏବେ ତାହା ବଢି ଏକ ଲକ୍ଷ ଚାଳିଶ ହଜାର କୋଟି ରେ ପହଞ୍ଚି ଲାଣି ଇଏ ମଧ୍ୟ ବିଜୁ ବାବୁ ଙ୍କ ଗୋଟେ ସ୍ୱପ୍ନ ଥିଲା । ୧୯୯୧ମସିହାରେ ବିଜୁ ବାବୁ ପଞ୍ଚାୟତିରାଜ ରେ ସରକ୍ଷଣ ବ୍ୟବସ୍ତା କରି ରାଜ୍ୟରେ ମହିଳା ,ହରିଜନ ,ଆଦିବାସୀ ଓ ପଛୁଆ ବର୍ଗ କୁ ପଞ୍ଚୟତ ନିର୍ବାଚନ ରେ ଏକ ନୂଆ ଅଧ୍ୟାୟ ଭାରତ ବର୍ଷ ରେ ଆରମ୍ଭ କରିଥିଲେ ଯାହାକୁ କି ଭାରତ ବର୍ଷ ପରେ ଅନୁକରଣ କରିଥିଲା ।

ଏବେ ଆମ ସରକାର ବିଭିନ୍ନ ଆଳ ଦେଖାଇ ପଞ୍ଚୟତ ନିର୍ବାଚନ ରେ ସରପଞ୍ଚ ପଦବୀ ରୁ ଆଦିବାସୀ ସରକ୍ଷଣ କୁ ୨୩ଟି ଜିଲ୍ଲାରୁ ଓ ପଛୁଆ ବର୍ଗ କୁ ସରକ୍ଷଣ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେଲେ । ବିଗତ ପଞ୍ଚାୟତ ସରକ୍ଷଣ ରେ ସରକାରୀ ଦଳ ଯେଉଁଠି ଜିତିବାର ସମ୍ଭାବନା ଥିବ ସେଇଅନୁସାରେ ପଞ୍ଚାୟତରେ ସରକ୍ଷଣ କରାଯାଇ ସବୁ ନୀତି ନିୟମ କୁ ଜଳାଞ୍ଜଳୀ ଦେଇଛନ୍ତି ।ଇଏ ମଧ୍ୟ ଗୋଟିଏ ବିଜୁ ବାବୁ ଙ୍କ ସ୍ୱପ୍ନ ଥିଲା । ରାଜ୍ୟ ରେ ବିରୋଧୀ ଦଳ ସହ ସାଲିସ କରି କ୍ଷମତା ରେ ରହିବାକୁ ବିଜୁ ବାବୁ ପସନ୍ଦ କରୁନଥିଲେ । ଇଏ ମଧ୍ୟ ଗୋଟିଏ ବିଜୁ ବାବୁ ଙ୍କ ସ୍ୱପ୍ନ ଥଲା ।ଏବେ ରାଜ୍ୟ ରେ ବିରୋଧୀ ଦଳ ସକ୍ରିୟ ନଥିବାରୁ ରାଜ୍ୟ ରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ଓ ମୁଖ୍ୟ ବିରୋଧୀ ଦଳ ତ ସରକାରୀ ଦଳ ସାଙ୍ଗରେ ସଲାକୁସ୍ତି କରି ଲଢେଇ କରୁଛି ।

ଓଡ଼ିଶାର ସାଢ଼େ ଚାରିକୋଟି ଜନତା ଏବେ ଭ୍ରମିତ ଅବସ୍ଥା ରେ ଅଛନ୍ତି । ଟଙ୍କିକିଆ ଚାଉଳ ,କାଳିଆ, ବଳିଆ, ଜଗା ଓ ପାଞ୍ଚ ଟଙ୍କିଆ ମିଲ ରେ ଓଡ଼ିଶାର ଏକ ବୃହତ ଶ୍ରେଣୀ କିମିଆ ହୋଇ ଯାଇଛି ।
ତେଣୁ ଆସନ୍ତୁ ସମସ୍ତେ ବିଜେଡି ହୋଇଯିବା ବିଜୁ ବାବୁ ଙ୍କ ଆଉ କେତେ ସ୍ୱପ୍ନ ଅଛି ମିଳିମିଶି ପୂରଣ କରିବା ଓ ଆଉ ପଚାଶ ବର୍ଷ ଓଡିଶାକୁ ଶାସନ କରିବା ।

ନବୀନ ନନ୍ଦ,ପୁର୍ବତନ ବିଧାୟକ ,ଗଁ ଦି ଆ ଓ ଢେଙ୍କାନାଳ

Leave A Reply

Your email address will not be published.

four × 1 =