ଉଫୁନାର ପ୍ରତିନିଧି ଦଳ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ  ସହ ସାକ୍ଷାତ !


ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ ରେଡ୍‌କ୍ରସ୍ ଭବନ ଠାରେ ଉଫୁନାର ପ୍ରତିନିଧି ଦଳ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ ବିଜୟ ସିଂ ଓ ପୂର୍ବତନ କେନ୍ଦ୍ର ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

ବର୍ତମାନ ଦେଶର ସଙ୍କଟସମୟରେ ଯେଉଁ ଫାସୀବାଦୀ ସଂଗଠନମାନେ ଦେଶର ସଙ୍ଘତିକୁ ବିପନ୍ନ ଅବସ୍ଥାରେ ପକାଇବା ପାଇଁ ଅହରହ ଚେଷ୍ଟିତ ଅଛନ୍ତି, ସେମାନଙ୍କୁ ଜବାବ ଦେବା ପାଇଁ ପ୍ରଗତିଶୀଳ ଶକ୍ତିମାନେ ଏକାଠି ହୋଇ ସଂଗ୍ରାମ କରିବା ଉଚିତ୍ ବୋଲି ପ୍ରତିନିଧି ଦଳ ଉଭୟ ନେତାଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଦିଗ୍ ବିଜୟ ସିଂ ଓ ଜୟରାମ ରମେଶ ସ୍ୱାଗତ କରିଥିଲେ ଏବଂ କହିଥିଲେ ସର୍ବଦା ପ୍ରଗତିଶୀଳ ଶକ୍ତିମାନେ ବିଜୟଲାଭ କରିଛନ୍ତି ।

ସେ ଉଫୁନା ପ୍ରତିନିଧି ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରାଜ୍ୟ ଉଫୁନାର ଅଧ୍ୟକ୍ଷ ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ, ଦେଶ୍ କି ବାତ୍ ସଂଗଠନର ରାଜ୍ୟ ଆବାହକ ସରୋଜ କୁମାର ଶତପଥୀ ଓ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ପରିଚାଳକ ପିତବାସ ସାହୁ ଆସିଥିଲେ ।

Leave A Reply

Your email address will not be published.

2 × three =