ଶାନ୍ତିପୂର୍ଣ୍ଣ ଭାବେ ଭୁବନ ପ୍ରସିଦ୍ଧ ଦଶହରା ଯାତ୍ରା ଶାନ୍ତି ବୈଠକ ଶେଷ !

ଢ଼େଙ୍କାନାଳ : ଶାନ୍ତିପୂର୍ଣ୍ଣ ଭାବେ ଭୁବନ ପ୍ରସିଦ୍ଧ ଦଶହରା ଯାତ୍ରା ଶାନ୍ତି ବୈଠକ ଶେଷ ହୋଇଯାଇଛି ।

ଉକ୍ତ ବୈଠକ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷତା କରିଥିଲେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଂଙ୍କର ସାହୁ । ମୁଖ୍ଯ ଅତିଥି ରୁପେ ଯୋଗ ଦେଇଥିଲେ ନଗରପାଳ ଶୁଭେନ୍ଦୁ ସାହୁ ଓ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ। ଅନ୍ୟ ଅତିଥିମାନଙ୍କ ମଧ୍ଯରେ ଭୁବନ ବ୍ଲକ ବିଡିଓ, ତହସିଲଦାର, ଭୁବନ ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ବାଇଁ, ଶାନ୍ତିକମିଟି ବରିଷ୍ଠ ସଦସ୍ଯ ବାସୁଦେବ ବେହେରା, ପଣ୍ଡିତ ମାତୃପ୍ରସାଦ ମିଶ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ , ଶ୍ରୀଧର ବେହେରା, ମୀରାବାଈ କଳାବିକାଶ କେନ୍ଦ୍ର ମୁଖ୍ଯ ଭଗବାନ ଗୁରୁ, ଆଇନଜୀବୀ ଶ୍ରୀକାନ୍ତ ସାହୁ, ଗଣେଷ ମେଲଣ ମହୋତ୍ସବ ସଭାପତି ଦିପକ ରଞ୍ଜନ ବେହେରା ଏବଂ ବିଭିନ୍ନ ବଳଦିଆ କମିଟି ଓ ପୂଜା ମଣ୍ଡପ କମିଟି ର ସଦସ୍ଯବୃନ୍ଦ ଉପସ୍ଥିତ ରହିଥିଲେ । ଏଥିସହିତ ବିଭିନ୍ନ ବିଭାଗ ମୁଖ୍ଯ ଯୋଗଦେଇ ଯାତ୍ରା ସମୟରେ ଲୋକମାନଙ୍କର ସୁବିଧା ଉପଲବ୍ଧ କରାଇବା ଦିଗରେ ନିଆଯାଉଥିବା ପଦକ୍ଷେପ କୁ ନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.

twenty − 14 =