ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଜଗନ୍ନାଥ ପରିବାର କୁ ଜଗନ୍ନାଥ ଭରସା …

ଢ଼େଙ୍କାନାଳ : ଋଣ ଭାରରେ ବୁଡ଼ି ଯାଇଥିବା ଜଣେ ଚାଷୀ ଶେଷ ରେ କିଟନାଶକ ପିଇ ଆତ୍ମ ହତ୍ୟା କରିଲେ । ଭୁବନ ଡାକ୍ତରଖାନାରେ ଚିକିତ୍ସା କରୁଥିବା ସମୟରେ ମୃତ ବରଣ ହୋଇଥିବା ଜଣାପଡିଛି । ତେବେ ମୃତ ଜଗନ୍ନାଥ ମହାପାତ୍ର ଙ୍କ ପରିବାର କୁ କେବଳ ଜଗନ୍ନାଥ ଭରଷା ଏବେ ।

ମୃତ ଜଗନ୍ନାଥ ପନ୍ଦର ବର୍ଷ ପୂର୍ବେ ଉଚ୍ଚ ରକ୍ତ ଚାପ ଯୋଗୁ ବ୍ରେନ ହାମରେଜ ହୋଇ କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱର ରେ ଚିକିତ୍ସା ହୋଇଥିଲେ । ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ପରିଶ୍ରମ କାମ କଲେ ନାହିଁ ସେହି ଦିନ ଠାରୁ ଧାର କରଜ ଲାଗିରହିଲା । ୨ ଝିଅ ଙ୍କୁ ବିଜ୍ଞାନ ରେ ସ୍ନାତକ ସହ ସାନ ପୁଅ ମଧ୍ୟ ଯୁକ୍ତ ୨ ପାସ ପର୍ଯ୍ୟନ୍ତ ପାଠ୍ ପଢାଇଲେ । ଆର୍ଥିକ ସଙ୍କଟ ଜଗନ୍ନାଥ ଙ୍କୁ ଦିନକୁଦିନ ରୁଗୁଣ କରିଚାଲିଥିଲା ଘରେ ବଢିଲା ଝିଅ ସହ ଜମିରେ ଚାଷ ବାଧା ପ୍ରାପ୍ତ ତାଙ୍କୁ ଆହୁରି ମାନସିକ ଦୁଶ୍ଚିନ୍ତା ବଢ଼ାଇ ଦେଇଥିଲା ।

ଏପରିକି ପାଞ୍ଚ ବର୍ଷ ହେଲା ଚାଳ ଘର ଖଣ୍ଡକ ଛପର କରିପାରିନାହାନ୍ତି ଚାଳ ଉପରେ ଗଛ ଉଠିଲାଣି କେତେ ବର୍ଷ ହେଲା ବ୍ଲକ କୁ ଖଣ୍ଡେ ଆବାସ ପାଇଁ ଦୌଡିଛନ୍ତି ତାର ହିସାବ ନାହିଁ । ଆବାସ ଯୋଜନା ରେ ଜଗନ୍ନାଥ ଙ୍କୁ ଯୋଗ୍ୟ ମନେ କରିନି ସରକାରୀ କଳ ।
ସରକାର ଙ୍କୁ ଗୁହାରି କରିଛନ୍ତି ଜଗନ୍ନାଥ ଙ୍କ ବିଧବା ପତ୍ନୀ ସନ୍ଦ୍ୟାରାଣୀ ମହାପାତ୍ର ତାଙ୍କୁ ଆବାସ ଯୋଜନା ରେ ସହଯୋଗ ପାଇଁ ।

Leave A Reply

Your email address will not be published.

18 + 16 =