ଢେଙ୍କାନାଳର : ପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀପୂଜା ମହୋତ୍ସବକୁ ଶୃଙ୍ଖଳିତ କରବା ଲାଗି ଢ଼େଙ୍କାନାଳ ଜିଲ୍ଲାପଳ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ।
ପ୍ରଶାସନ, ପୋଲିସ, ମିଳିତବଜାର ପୂଜା କମିଟି, ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଚଳିତବର୍ଷ ଭସାଣିରେ ଡିଜିଟାଲ ସାଉଣ୍ଡକୁ ବାରଣ କରାଯାଇଥିବା ବେଳେ କେବଳ ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯବାକୁ ନିଷ୍ପତ୍ତି ହୋଇଛି।
ଅକ୍ଟୋବର ୯ରେ ମା’ ଲକ୍ଷ୍ମୀ ପୂଜା ଆରମ୍ଭ ୧୯ ତାରିଖରେ ମା’ଙ୍କୁମେଲାଣି । ଏଥିଲାଗି ମୋଟ ୩୮ ମଣ୍ଡପରେ ପ୍ରସ୍ତୁତି ଆଗେଇ ଚାଲିଛି। ୧୯ ତାରିଖରେ ମା’ଙ୍କୁମେଲାଣି ଦେବେ ସହରବାସୀ। ଜାକଜମକରେ ପୂଜା ହେଉଥିବାରୁ ରାତି୧୨ ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମର ର ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ଚଳିତବର୍ଷ ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ୭୫ ବର୍ଷ ପୂର୍ତି ଉପଲକ୍ଷେ ପ୍ଲାଟିନମ ଜୁବିଲି ଓ କାଳିକାବଜାର ପୂଜା ପ୍ରତିଷ୍ଠାନ ୫୦ବର୍ଷ ପୂର୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛନ୍ତି।ପୂଜା ପୂର୍ବରୁ ରାସ୍ତାଘାଟ ମରାମତି, ଅବ୍ୟବସ୍ଥିତ ବିଦୁ୍ତ ତାର ଓ ଖୁଣ୍ଟ ସଜାଡ଼ିବା , ନିରବଚ୍ଛିନ୍ନ ବିଦୁ୍ତ ସେବା, ଦୁଇଓଳି ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଚାନ୍ଦିମେଢ ସୁବର୍ଣ୍ଣ ଆଭୁଷଣ ହେଉଥିବା ପୂଜା ପ୍ରତିଷ୍ଠାନ ଏବଂ ମଣ୍ଡପରେ ମା’ ଙ୍କ ସେଠାରେ ସଶସ୍ତ୍ର ପୋଲିସ ମୁତୟନ କରିବା , ରାସ୍ତାରୁବୁଲା ଗୋରୁ ହଟାଇବା, ଆବଶ୍ୟକ ପାର୍କିଂ ବ୍ୟବସ୍ଥା, ୨୪ ଘଣ୍ଟିଆ ଆଶୁଚିକିତ୍ସା, ଜରୁରୀ ଚିକିତ୍ସା ସେବା ପାଇଁ ମୋବାଇଲ ଭ୍ୟାନ, ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା, ନିଶା କାରବାର ଉପରେ ଅଙ୍କୁଶ ଲଗାଇବା, ପରମ୍ପରା ଭଙ୍ଗ ହେବା ଭଳି ସାଜସଜ୍ଜା ନ କରିବା ଆଦି ବିଷୟରେ ଆଲୋଚନା ହୋଇଛି।ପୂଜା ପ୍ରତିଷ୍ଠାନର ଅନୁରୋଧକ୍ରମେ ପଲ୍ଲିଶ୍ରୀ ମେଳାର ଷ୍ଟଲ୍ ସଂଖ୍ୟା ୨୦୦କୁ ବୃଦ୍ଧିକରାଯାଇଛି।
ଏଥିସହ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯିବ। ପୂଜା ବେଳେ ଜନସାଧାରଣଙ୍କୁ ଏବଂ କମିଟି କର୍ମକର୍ତ୍ତା ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ
ମିଳିତବଜାର ପୂଜା କମିଟି ସଭାପତି ଗୋପାଳଚନ୍ଦ୍ର ପାତ୍ର ଦୃଷ୍ଟି ଆକର୍ଷଣକରିଛନ୍ତି । ପ୍ରାରମ୍ଭରେ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ ମିଳିତବଜାର ପୂଜା କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡିକ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି
କମିଟି ସଭାପତି ସୁଧାଂଶୁ ଦଳେଇ, ରବିନାରାୟଣ ମହାନ୍ତି, ପୀତବାସ ସାହୁ, ବିଶ୍ୱନାଥ ବେହେରା, ସୁକାନ୍ତମିଶ୍ର, ଦୀପକ ପ୍ରସାଦ ପଟ୍ଟନାୟକ, ନବୀନଚନ୍ଦ୍ର ନାରାୟଣ ଦାସ, ଭାବଗ୍ରାହୀ
ପଣ୍ଡା, ପ୍ରଶାନ୍ତ ମହାନ୍ତି, ଶରତ ସାହୁ, ଟିକିନା ପାତ୍ର, ବ୍ରହ୍ମାନନ୍ଦ ସାହୁଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ର ଆଲୋଚନାରେ ଭାଗ ନେଇଥଲେ।
ଜିଲା ପରଷଦି ମୁଖ୍ୟ କାର୍ଯ୍ଯନିର୍ବାହୀ ତନ୍ମୟ କୁମାର ଦରୱାନ ପଲ୍ଲିଶ୍ରୀ ମେଳା ଆୟୋଜନ ସମ୍ପର୍କରେ ସୂଚନା ଦେଇଥଲେ। ସିଡିଏମ୍ଓ ଡା. ଅଶୋକ କୁମାର ଦାସ, ଏଏସ୍ପି ପୁରୁଷୋତ୍ତମ ସେଠୀ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।