ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଶିକ୍ଷା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଜିଲ୍ଲ କାର୍ଯ୍ୟାଳୟ ସଦଭାବନା ଗୃହରେ ଶିକ୍ଷା
ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପଳ ସରୋଜ କୁମାର ସେଠୀ ଯୋଗଦେଇ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଉତ୍ତମଶିକ୍ଷାଦାନ, ସେମାନଙ୍କ ଯାତାୟାତ ଲାଗି ଆବଶ୍ୟକ ସୁବିଧା, ଗୁଣାତ୍ମକ ଶିକ୍ଷା ଏବଂ ନିଷ୍ଠାପର ହୋଇ ପିଲାଙ୍କ
ବୌଦ୍ଧିକ ବିକାଶ ଉପରେ ଧ୍ୟାନ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପରାମର୍ଶ ଦେଇଛନ୍ତି।ଏଥିସହ ନିୟମିତ ଅଭିଭାବକ -ଶିକ୍ଷକ ବୈଠକ କରିବା , ‘୫-ଟି’ ଅନ୍ତଭୁର୍କ୍ତ ବିଦ୍ୟାଳୟରେ ଇଣ୍ଟରନେଟ ବ୍ୟବସ୍ଥା, ଗରିବ ଓ ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର କୋଚିଂ ,ସ୍କୁଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଆବଶ୍ୟକ ସ୍ଥଳେ ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରିବା , ‘୫- ଟି’ ସ୍କୁଲକୁବିଇଓଙ୍କ ସମେତ ନିର୍ଧାରିତ ୨୩ ଅଧିକାରୀ ଗସ୍ତକରି ତଦାରଖ କରିବାକୁଜିଲାପାଳ ନିର୍ଦେଶ ଦେଇଛନ୍ତି।

ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବସ ବ୍ୟବସ୍ଥା କରିବା , ବସରେ୍‌ ଯାତାୟାତ ବେଳେ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଜିଲାପାଳ ଉପସ୍ଥିତ ବସ ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଯୁକ୍ତ୨ ଓ ଯୁକ୍ତ୩ ଶ୍ରେଣୀ ପାଇଁ ବିଭିନ୍ନ କଲେଜର ଜମିଅଧିଗ୍ରହଣ , ଶ୍ରେଣୀ ଗୃହ ନିର୍ମାଣ ସର୍ମ୍ପକରେ ଜିଲାପାଳ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିଛନ୍ତି । ଶିକ୍ଷା ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲାର
ସମସ୍ତ ବିଇଓ, ଏବିଇଓଙ୍କୁ ଲାପଟପ୍‌ ପ୍ରଦାନ କରାଯାଇଥିଲା। ଏଥିପୂର୍ବରୁ ୧୩୬ ସିଆରସିସିଙ୍କୁ ଡେସ୍କଟପ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା।

‘ଇଚ ୱାନ ଟିଚ ୱାନ’ କାର୍ଯ୍ୟକ୍ରମରେ ଜିଲ୍ଲାର ୪,୮୭୯ ଶିକ୍ଷକ ୫୬୧୧ଜଣଙ୍କୁ ସାକ୍ଷର କରିବା ଗୌରବର ବିଷୟ ବୋଲି
ଜିଲାପାଳ କହିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଉଦୟ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲା ପରିଷଦ ମୁଖ୍ୟଉନ୍ନୟନ ଅଧିକାରୀ ତନ୍ମୟ
କୁମାର ଦରୱାନ, ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି, ବହୁ ବସମାଲିକ, କଲେଜର ପ୍ରିନ୍ସିପାଲ, ଶିକ୍ଷାଧିକାରୀ
ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − five =