ଶ୍ରୀଜଗନ୍ନାଥ ଘରୋଇ ଚିକିତ୍ସାଳୟ ବେଆଇନ ଲିଙ୍ଗ ନିରୂପଣ ମାମଲା : ହାଇକୋର୍ଟ ମାମଲାର ବିଚାର ଉପରେ ରହିତାଦେଶ ପ୍ରଦାନ !

ଢେଙ୍କାନାଳ : ବେଆଇନ ଭାବେ ଗର୍ଭସ୍ଥ ଶିଶୁର ଲିଙ୍ଗ ଏବଂ
ଗର୍ଭନିରୂପଣ କରୁଥିବା ଅଭିଯୋଗରେ ଢେଙ୍କାନାଳର ଶ୍ରୀଜଗନ୍ନାଥ ଘରୋଇ ଚିକିତ୍ସାଳୟରେ ୨୦୧୪ ମେ ୨୮ରେ ଚଢ଼ାଉ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ ଅନୁଯାୟୀ ଅଲଟ୍ରା ସାଉଣ୍ଡ ମେଶିନକୁ ସିଲ୍‌ କରାଯାଇଥିଲା। ମାମଲାର ବିଚାର
କରି ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତ ଚିକିତ୍ସାଳୟ ମାଲିକ ମମତା ସାହୁ, ତାଙ୍କ ସ୍ୱାମୀ ବିକାଶ ସାହୁ ଏବଂ ଡାକ୍ତର ଖଗେଶ୍ୱର ବେହେରାଙ୍କୁ ଜୁଲାଇ ୧୬ରେ ୩ ବର୍ଷଲେଖାଏ କାରାଦଣ୍ଡ ଓ
୧୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ଦଣ୍ଡାଦେଶ ପରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ହାଇକୋର୍ଟ ମାମଲାର ବିଚାର ଉପରେ ରହିତାଦେଶ ପ୍ରଦାନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.

two × 4 =