ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ବଉଳପୁର ଗ୍ରାମରେ ଏକ ବାଉଁଶ ହସ୍ତଶିଳ୍ପ କ୍ଲଷ୍ଟରସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଉଦୟ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଭଳି କାର୍ଯ୍ୟକ୍ରମର ସୁଯୋଗକୁ ନେବାକୁ ସେ କାରିଗରଙ୍କୁ ପରାମର୍ଶଦେଇଛନ୍ତି। ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି , ହସ୍ତଶିଳ୍ପ ବିକାଶ ଅଧିକାରୀ ମନୋରଞ୍ଜନ ଦାସ , କ୍ଲଷ୍ଟର ସଂଯୋଜକ ଆଲୋକ ମହାରଣା , ସହକାରୀ ନିର୍ଦେଶକ ରମାକାନ୍ତ ବେହେରା କାରିଗର ପ୍ରମୁଖ ମିଳୁଥିବା ସୁବିଧା ସୁଯୋଗ ଉପରେ
ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ସରପଞ୍ଚ ଧରିତ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଏହି ଅବସରରେ ଜାତୀୟସ୍ତରୀୟ ନଡ଼ା ଶିଳ୍ପୀ ପ୍ରଦୀପ ନାୟକ ଏବଂ ଡୋକ୍ରା କାଷ୍ଟିଂ ଡିଜାଇନର ସନାତନ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ହସ୍ତଶିଳ୍ପ ଅଧିକାରୀ ଇପ୍ସିତା ମହାନ୍ତି, ବରିଷ୍ଠସହାୟକ ମାୟାଧର ମଲ୍ଲିକ ଉପସ୍ଥିତ
ଥିବାବେଳେ ପାର୍ବତୀ ମାରାଣ୍ଡି ଧନ୍ୟବାଦ ପ୍ରଦାନ କରିଥିଲେ ।