ଢେଙ୍କାନାଳ : ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତା ରେ ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ର ଆୟୋଜନ ରେ ନୂଆଁଖାଇ ଭେଟଘାଟ ୨୦୨୨ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ଛାତ୍ରଛାତ୍ରୀ ସମ୍ବଲପୁରୀ ବେଶ ରେ କୌତୁକ ପୋଷାକ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ଜିଲ୍ଲାପାଳ ସରୋଜ କୁମାର ସେଠୀ, ମୁଖ୍ୟ ବକ୍ତା ରାଜ୍ୟ କଳା ସଂସ୍କୃତି ସଂଘ ର ଉପସଭାପତି ଅବନୀ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା ଯୋଗଦେଇ ଥିଲେ।
ଅନ୍ୟତମ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ସୂର୍ଯ୍ୟ ନାରାୟଣ ବରିହା ଯୋଗ ଦେଇ ପ୍ରଥମେ ନୂଆଁଖାଇ ବିଷୟରେ ଅବଗତ କରିଥିଲେ।ମୁଖ୍ୟ ଅତିଥି ସମ୍ମାନୀୟ ଜିଲ୍ଲାପାଳ ସରୋଜ କୁମାର ସେଠୀ ନୂଆଁଖାଇ ଏକ ଭାଇଚାରାର ପର୍ବ ଏବଂ ସମସ୍ତେ ମିଳିମିଶି କାମ କରିଲେ ଆମ ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ।ରାଜ୍ୟ କଳା ସଂସ୍କୃତି ସଂଘ ର ଉପସଭାପତି ମିଶ୍ର ନୂଆଁଖାଇ ବିଷୟରେ ସୂଚନା ଦେବା ସହିତ ସମସ୍ତଙ୍କ ର ମଙ୍ଗଳ କାମନା କରିଥିଲେ।
ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପରେ ପରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଡିଏସସିଏମ ସୁଶାନ୍ତ କୁମାର ପାଣୀ ପରିଚାଳନା କରିଥିଲେ।