ଢ଼େଙ୍କାନାଳ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଇଣ୍ଟର କ୍ଲବ ଓଡ଼ିଶା -୨୦୨୨ ଭାରଉତ୍ତୋଳନ ପ୍ରତିଯୋଗିତାରେ ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ହାଇସ୍କଲରୁ ୧୦ମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସ। ୭୩ କେଜି ଯୁବ ବିଭାଗରେ ସେ ମୋଟ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ ବଢ଼ାଇଛନ୍ତି।
ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତ ଟେଣୁଆ ଗ୍ରାମର ମୂଳନିବାସୀ ତଥା ବର୍ତ୍ତମାନ ଢେଙ୍କାନାଳ କୁଣ୍ଟୁଣିଆ ନୂଆସାହିରେ ରହୁଥିବା ଅଟୋରିକ୍ସା ଚାଳକ ହରହରି ଦାସ ଓ ମା’ ଗୋଲାପ ଦାସଙ୍କ ପୁତ୍ର ହେଉଛନ୍ତି ହୃଦାନନ୍ଦ। କୋଚ୍ କୃଷ୍ଣ ଦାସଙ୍କ
ତତ୍ତ୍ୱାବଧାନ ରେ ଢେଙ୍କାନାଳ ଇନଡୋର ହଲରେ୍ ସେ ତାଲିମ ନେଉଛନ୍ତି। ବିଦ୍ୟାଳୟ ପ୍ରାର୍ଥନା ସଭାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା।
ହୃଦାନନ୍ଦଙ୍କ ଏହି ସଫଳତାରେ ସମସେ୍ତ ଗର୍ବିତ ବୋଲିପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ କହିଛନ୍ତି । ବରିଷ୍ଠ ଶିକ୍ଷକ ଡ. ଦେବୀ ପ୍ରସାଦ ମିଶ୍ର, ଦେବରାଜ ରାଉତ, ଇତିଶ ବରାଳ, ଶିକ୍ଷୟିତ୍ରୀ
ବିଜୟରଶ୍ମି ମିଶ୍ର, ସ୍ୱଣ୍ଣମୟୀ ର୍ ଶତପଥୀ, ଧ୍ୟାନଚାନ୍ଦ ମିଶ୍ର,
ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ସୁଚିତ୍ରା ସାହୁ, ଡ. ଅନୁପମା ମିଶ୍ର, କିଶୋର ଚନ୍ଦ୍ର ସାମଲ, ଦୀପ୍ତିଶ କୁମାର ଶତପଥୀ, କିରଣମୟୀ ମହାଳିକ, କଲ୍ୟାଣୀ ବଡ଼ଜେନା, ଅନୁପମା ପଣ୍ଡା, କ୍ଷୀରାବ୍ଧିତନୟା ମହାପାତ୍ର, କଳ୍ପନା ବାରିକ, ପରିଚାଳନା କମିଟି ସଭାପତି ପ୍ରମୋଦ ଛୋଟରାୟ, ଉପସଭାପତି ସାରଙ୍ଗଧର
ସାହୁ, ଆଲୁମ୍ନିଆସୋସିଏଶନ ସଭାପତି ପ୍ରଫୁଲ୍ଲ ମିଶ୍ର, ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, କବି ଅବନୀ ମିଶ୍ର, ଅଧ୍ୟାପକ ଜ୍ଞାନେନ୍ଦ୍ର ସାହୁ, ଆଇନଜୀବୀ ଶିବସାଇ ମହାପାତ୍ର ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।