ଭୁବନ; ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମାଧାନ ହେଲା !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ଗ୍ରାମରେ ଗଣେଶ ପୂଜା ଭସାଣିରେ ସବର୍ଣ୍ଣ- ଅସବର୍ଣ୍ଣ ଙ୍କ ମଧ୍ୟରେ ଉପୁଜିଥିବା ଗୋଷ୍ଠୀ ବିବାଦ ସମାଧାନ ହୋଇଥିଲା ।

ଓଡିଶ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅପରାହ୍ନରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ଏସଡିପିଓ ରଂଜନ କୁମାର ଦେ , ଭୁବନ ଥାନା ଆଇ.ଆଇ. ସି. ସୌଭଗ୍ୟ କୁମାର ସ୍ୱାଇଁ , ଓଡିଶ ସରପଞ୍ଚ ମନୋରଞ୍ଜନ ମହାନ୍ତ ଉଭୟ ଗୋଷ୍ଠୀର ଭଦ୍ରବ୍ୟକ୍ତି ମାନଙ୍କୁ ଏକତ୍ରିତ କରାଇ ସେମାନଙ୍କ ସହ ଆଲୋଚନା କରି ଶାନ୍ତି କମିଟି ଗଠନ କରି ଘଟଣାର ସ୍ଥାୟୀ ସମାଧାନ କରିଥିଲେ ।


ଅସବର୍ଣ୍ଣ ବ୍ୟକ୍ତି ମାନେ ସର୍ବସାଧାରଣ ରାସ୍ତାକୁ ତାଡି ଦେବା
ଫଳରେ ଯାତାୟତରେ ଘୋର ଅସୁବିଧା ଦେଖାଦେଇଥିଲା । ଏଥିପାଇଁ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଥିବା ବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଗତ ୯ ତାରିଖ ଦିନ ଗ୍ରାମ କୋଠଘରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ସଭା କରି ଉଭୟ ପକ୍ଷଙ୍କୁ ବୁଝାଶୁଝା କରି ବିବାଦର ଆପୋଷ ସମାଧାନ କରିଥିଲେ । ପରେ ଗ୍ରାମବାସୀ ଙ୍କ ସହ ନିଜେ ଆଇ. ଆଇ .ସି. ଶ୍ରୀଯୁକ୍ତ ସ୍ୱାଇଁ କୋଦାଳ ,ଫାଉଡା ଧରି ରାସ୍ତାରେ ମାଟି ପକାଇଥିଲେ ।

Leave A Reply

Your email address will not be published.

two × four =