ଋଣ ଭାର ସହି ନପାରି ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା !

ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ଗଡନୃସିହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାସୁଦେଇପୁର ଗ୍ରାମରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ମୃତକ ଜଗନ୍ନାଥ ମହାପାତ୍ର( ୫୮) ଜଣେ ଭାଗ ଚାଷୀ । ଅନ୍ୟର ଜମିକୁ ଭାଗଚାଷ କରି ପରିବାରର ପ୍ରତିପୋଷଣ କରନ୍ତି । ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହିତ ଦୁଇ ବଢିଲା ଝିଅ ଏବଂ ଜଣେ ପୁଅକୁ ନେଇ ତାଙ୍କର ତେଲଲୁଣର ସଂସାର । ଆଜକୁ ତିନି ଚାରି ବର୍ଷ ପୂର୍ବେ ଜଗନ୍ନାଥଙ୍କର ବ୍ରେନ ହାମ୍ରେଜ ହୋଇଥିଲା । ତେଣୁ ତାଙ୍କ ମୁଣ୍ଡ ଅପରେସନ ପାଇଁ ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା । ଏହି ଟଙ୍କା ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ବାମୀଙ୍କୁ ଭଲ କରିଥିଲେ । ତେବେ ଘରେ ଦୁଇଟି ବଢିଲା ଝିଅ ଓ ମୁଣ୍ଡ ଉପରେ ଥିବା ଋଣ ତାଙ୍କୁ ବ୍ୟଥିତ କରିଥିବା ଜଣାପଡିଛି ।

ତେବେ ସକାଳ ନଅ ଘଟିକା ସମୟରେ କୀଟନାଷକ ଓୌଷଧ ଖାଇ ଆତ୍ମହତ୍ୟା କରିଥିଲେ । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଭୁବନ ଥାନାରେ ଅଭିଯୋଗ ପରେ ମେଡିକାଲ ରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.

two × 3 =