ଦୁର୍ଗା ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ !

ଢେଙ୍କାନାଳ :   ଅଦ୍ୟ ଦୁର୍ଗାବଜାରସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ପୂଜା ଗୃହରେ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଦୁର୍ଗା ବଜାର ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଥିଲା ।

ପୂର୍ବ କର୍ମକର୍ତାଙ୍କ ଅନୁପସ୍ଥିତରେ ସମସ୍ତ ସଭ୍ୟ ଓ ସାହିଲୋକଙ୍କ ଉପସ୍ଥିତିରେ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବେ ପ୍ରକାଶ କୁମାର ମହାନ୍ତି, ସଂପାଦକ ଭାବେ ପ୍ରଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରତାପ କୁମାର ମହାନ୍ତି ଏବଂ ଏକ ୭ଜଣିଆ କମିଟି ଗଠନ କରାଯାଇଥିଲା ।

ଏହି ସାତଜଣିଆ ଯୁବ କମିଟିରେ ସନ୍ଦୀପ ମହାନ୍ତି, ନିଲମ୍ ମହାନ୍ତି, ଧର୍ମେନ୍ଦ୍ର ଦାସ, ପ୍ରତୀଶ ମହାନ୍ତି, ସୁଜିତ୍ କୁମାର ମହାନ୍ତି, ରାକେଶ ମହାନ୍ତି, ସୁବ୍ରତ ମାଝି, ସୁଶାନ୍ତ କୁମାର ଦାସ, ସୌରଭ ମହାନ୍ତି ପ୍ରମୁଖ ସ୍ଥାନ ପାଇଛନ୍ତି । ୧୯୭୫ ମସିହାରୁ ଅର୍ଜୁନ ମହାନ୍ତିଙ୍କ ତ୍ୱତ୍ୱାବଧାନରେ ଆରମ୍ଭ ହୋଇଥିବା ପୂଜା କମିଟି  ଆଜି ୪୭ ବର୍ଷରେ ପହଁଞ୍ଚଛି । ଚଳିତ ବର୍ଷ ମହାଲକ୍ଷ୍ମୀପୂଜାକୁ ୧୧ ଦିନ ଧରି ମହା ଆଡମ୍ବରରେ ପୂଜା ପାଲନ କରାଯିବ ବୋଲି ସର୍ବସମ୍ମତିରେ ନିଷ୍ପତି କରାଯାଇଅଛି ।

ଏହି ବୈଠକରେ ସାହିର ବରିଷ୍ଠ ବ୍ୟକ୍ତି ପ୍ରଫୁଲ୍ଲ ମହାନ୍ତି, ସନ୍ତୋଷ ମହାପାତ୍ର, ସୁଶାନ୍ତ ମହାପାତ୍ର, ବାବୁଲି ସିଂ, ହେମନ୍ତ ମହାନ୍ତି, ଭ୍ରମରବର ସାହୁ, ଦେବ ସାହୁ, ଦିଲ୍ଲୀପ ମହାନ୍ତି, ଗଜେନ୍ଦ୍ର ମହାନ୍ତି, ଗୋପିନାଥ ଦାସ, ବୁଲୁ ସିଂଙ୍କ ସମେତ ସାହିର ବହୁ ଯୁବକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 3 =