ଖବରକାଗଜ ବିତରକଙ୍କ ପୁଅ ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା !

ଢେଙ୍କାନାଳ : ଢେଙ୍କାନାଳର ଦିପ୍ତି ରଞ୍ଜନ ସାହୁ ୨୦୨୨ ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା  (ନିଟ)ରେ ସଫଳତା ପାଇଛନ୍ତି ।

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ମୋଟ ୭୨୦ ନମ୍ବରରୁ ୬୫୦ ନମ୍ବର ରଖିଛନ୍ତି ଢେଙ୍କାନାଳର ଯୁବକ ଦିପ୍ତି ରଞ୍ଜନ ସାହୁ । ଯାହାକି ଅଲ ଇଣ୍ଡିଆ ସ୍ତରରେ ୪୫୧୩ ନମ୍ବର ରିୟାଙ୍କ ।

ଦିପ୍ତି ରଞ୍ଜନ ଜଣେ ସାଧାରଣ ପରିବାର ରୁ ଆସନ୍ତି । ଦିପ୍ତି ରଞ୍ଜନ ଢେଙ୍କାନାଳ ମାଣ୍ଡପା ସାହିର ସୁଶାନ୍ତ କୁମାର ସାହୁଙ୍କ ଏକମାତ୍ର ପୁଅ । ବାପା ସୁଶାନ୍ତ ହେଉଛନ୍ତି ଜଣେ ସାଧାରଣ ଖବରକାଗଜ ବିତରକ । ତାଙ୍କର ସେହି କଷ୍ଟ ଅର୍ଜିତ ଧନରୁ ପୁଅକୁ ଡାକ୍ତରୀ ଶିକ୍ଷାଲାଭ ପାଇଁ ସଫଳତା ପାଇଛନ୍ତି । ନିଟରେ ଏତେ ବଡ଼ ସଫଳତା ଦିପ୍ତି ରଞ୍ଜନ ପାଇବା ପାଇଁ ଟେଲିଭିଜନ ଓ ମୋବାଇଲ ଫୋନ ଠାରୁ ନିଜକୁ ଦୁରେଇ ରଖିଥିବା କୁହନ୍ତି । ତା’ ସହିତ ଦିନକୁ ପ୍ରାୟ ୧୫ ରୁ ୧୬ ଘଣ୍ଟା ପରିଶ୍ରମ କରୁଥିଲେ । ଦିପ୍ତି ରଞ୍ଜନ ସାହୁ ମ୍ୟାଟ୍ରିକରେ ସେଣ୍ଟ ଜାଭିୟର ସ୍କୁଲରୁ କୃତିତ୍ବ ହାସଲ ପରେ ଇ-ଟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ଅଧ୍ୟୟନରତ ଥିଲେ । ପରେ ସେ ଯାଜପୁରର ପ୍ରୟାସ ଏଣ୍ଟ୍ରାନ୍ସ କ୍ଲାସେସରେ ନିଟ କୋଚିଂ ନେଇଥିଲେ । ଯାହା ତାଙ୍କୁ ଏହି ସଫଳତା ପାଇବା ପାଇଁ ସାହାଯ୍ୟ କରିଥିଲା ।

ଦିପ୍ତି ରଞ୍ଜନ ଆଗକୁ ଏମବିବିଏସ ପଢିବା ପରେ ସ୍ନାୟୁ ଶଲ୍ୟ ବିଭାଗର ବଡ଼ ଡାକ୍ତର ହୋଇ ସମାଜର ଗରିବ ଲୋକଙ୍କର ସେବା କରିବେ ବୋଲି ଆଶା ରଖିଛନ୍ତି । ସେ ପାଇଥିବା ସଫଳତାର ସମସ୍ତ ଶ୍ରେୟ ତାଙ୍କ ‘ବାପା’  ‘ମା’ ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି । ଖାସ କରି ତାଙ୍କୁ ନେଇ ବାପା ଦେଖିଥିବା ଅସୁମାରୀ ସ୍ୱପ୍ନ ସାକାର ହେବାକୁ ଯାଉଥିବାରୁ ସେ ଖୁସି ଅନୁଭବ କରୁଥିବା କୁହନ୍ତି ।

Leave A Reply

Your email address will not be published.

two × two =