ଢେଙ୍କାନାଳ : ସଦର ବ୍ଲକ ରାଧାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ଥିବା ସୁରେଖା ପଣ୍ଡା ସମସ୍ତ ଅଭିଭାବକ ଓ ଏସଏମସି ର କର୍ମକର୍ତା ମାନଙ୍କୁ ନେଇ ଏକ ସାଧାରଣ ବୈଠକ ବସିଥିଲା ।
ଏଥିରେ ବିଦ୍ୟାଳୟର ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଯାହାକି ବିଦ୍ୟାଳୟରେ ଗତ ଅଗଷ୍ଟ ୧୫ ରେ ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମିଳି ନଥିଲା, ଯାହାକି ପୁରୁଣା ଡ୍ରେସରେ ଅମୃତ ମହୋତ୍ସଵ ପାଳନ କରିଥିଲେ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ଚାରି ଜଣ ଶିକ୍ଷକ ସାହାୟତାରେ ୨୧୯ ଜଣ ପିଲାଙ୍କୁ ପାଠ ପଢ଼ାଯାଉଛି । ବିଦ୍ୟାଳୟ ରେ କୋଭିଡ ସମୟରୁ ପଚାଶ ହଜାର ଅର୍ଥ ଅନୁଦାନ ମିଳୁଥିଲେ ମଧ୍ୟ ବିଦ୍ୟାଳୟରେ ସେମିତି ଆଖି ଦୃଷ୍ଟିଆ ଉନ୍ନତି ମୂଳକ କାମ କିଛି ହେଇନାହିଁ ।
ପିଲାମାନଙ୍କର ଶୌଚାଳୟ ଟି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବାରୁ ପିଲାମାନେ ଶୌଚାଳୟ କୁ ଯାଇ ପାରୁନାହାନ୍ତି। ଶ୍ରେଣୀ ଗୃହରେ ପିଲାମାନଙ୍କ ବସିବା ଲାଗି ପାଲ କିମ୍ବା ଡେକ୍ସ ବେଞ୍ଚ ର ଅଭାବ ହେଉଛି । ଏବେ ଦୁଇଦିନ ତଳେ ବିଦ୍ୟାଳୟରୁ ଟୁଲୁ ମୋଟର ଟି ଚୋରି ହୋଇଥିଲେ ମଧ୍ୟ ଲୋକାଲ ପୋଲିସ ଷ୍ଟେସନ କୁ ଜଣାଯାଇନାହିଁ ।
ବୈଠକ ରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ସହ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ସହ ବିଦ୍ୟାଳକୁ ପୁର୍ଣ୍ଣ ମାତ୍ରାରେ ଶିକ୍ଷକ ଓ ଜଣେ ପ୍ରଧାନ ଶିକ୍ଷକ ଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ଅଭିଭାବକ ମତ ପ୍ରକାଶ କରିଛନ୍ତି।